ବାରିପଦା ସଦର: ଫ୍ୟୁଚର ଷ୍ଟାର ସ୍ପୋର୍ଟସ୍ ଏକାଡ଼େମୀ: ସଫଳତାର ଶୀର୍ଷରେ କିନ୍ତୁ ଭିତ୍ତିଭୂମିର ଅଭାବ
ମୟୂରଭଞ୍ଜର ଫ୍ୟୁଚର ଷ୍ଟାର ସ୍ପୋର୍ଟସ୍ ଏକାଡ଼େମୀର ୭ମ ପ୍ରତିଷ୍ଠା ଦିବସ ପାଳିତ। ମାତ୍ର ୫ ଜଣରୁ ଆରମ୍ଭ ହୋଇ ଆଜି ୬୩ ଜଣ ଖେଳାଳି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାଁ କମାଇଛନ୍ତି। ସଫଳତା ପଛରେ ଥିବା ଭିତ୍ତିଭୂମି ଓ ରହିବା ଖାଇବାର ଅସୁବିଧାକୁ ନେଇ ଚିନ୍ତା ପ୍ରକଟ କଲେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ।