କରଞ୍ଜିଆ: କରଞ୍ଜିଆରେ ଯୁଗ୍ମ ଜନଶୁଣାଣି: ୭୫ଟି ଅଭିଯୋଗର ହେଲା ଶୁଣାଣି
ମୟୂରଭଞ୍ଜ କରଞ୍ଜିଆରେ ଅନୁଷ୍ଠିତ ହୋଇଯାଇଛି ପାଞ୍ଚପିଢ଼ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର। ଏଥିରେ ମୋଟ ୭୫ଟି ଅଭିଯୋଗର ଶୁଣାଣି କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।