ରାୟଗଡା: ରାସ୍ତା ନାହିଁ, ଖଟିଆରେ ନଦୀ ପାର ହେଉଛନ୍ତି ଗୁରୁତର ରୋଗୀ
ରାୟଗଡା ବ୍ଲକର ପୂଜାରୀବମ୍ବୁ ଗ୍ରାମରେ ଚରମ ଅବ୍ୟବସ୍ଥା। ରାସ୍ତା ନଥିବାରୁ ଦୁଇ ଦିନରେ ଦୁଇ ଜଣ ରୋଗୀଙ୍କୁ ଖଟିଆରେ ବୋହି ନାଗାବଳୀ ନଦୀ ପାର କରାଇଛନ୍ତି ଗ୍ରାମବାସୀ। ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରି ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ।