ବଣେଇ: ଖଣିଜ ପଦାର୍ଥ ଚୋରା ଚାଲାଣ ନେଇ କୋଇଡାର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମର ଛାନଭିନ
କୋଇଡା ଖଣିମଣ୍ଡଳ ଅର୍ନ୍ତଗତ ବିଭିନ୍ନ ଖଣିରୁ ଲୁହା ପଥର ଚୋରା ଚାଲାଣ ଘଟଣାର ତଦନ୍ତ ପାଇଁ ଆଜି କୋଇଡାରେ ପହଞ୍ଚିଛନ୍ତି ଭିଜଳାନ୍ସ ଟିମ। ଆଜି ସକାଳୁ ୧୦ ଜଣିଆ ଭିଜିଲାନ୍ସ ଟିମ୍ ଅଞ୍ଚଳର ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହି ଟିମରେ ORSACର ୪ ଜଣ ସଦସ୍ୟ, ବନ ବିଭାଗର ଅଧିକାରୀ ଏବଂ ଭିଜିଲାନ୍ସ ଏସପି ସାମିଲ ରହିଥିବା ସୂଚନା ରହିଛି।