ବଣେଇ: ଏରିଏନ ଛକ ନିକଟରେ ଓମିନି ଓ ହାଇୱା ମଧ୍ୟରେ ଧକ୍କା, ୨ ମୃତ ଓ ୪ ଗୁରୁତର
କୋଇଡା ଥାନା ଅନ୍ତର୍ଗତ ଏରିଏନ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କୋଇଡାରୁ କମାଣ୍ଡ ପ୍ଲାଣ୍ଟ ଅଭିମୁଖେ ଯାଉଥିବା ଏକ ଶ୍ରମିକ ବୋଝେଇ ଓମନି ଗାଡିକୁ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ଓମନି ଗାଡି ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ସେଥିରେ ବସିଥିବା ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୪ଜଣ ଗୁରୁତର ହୋଇଥିଲେ।