ସୁନ୍ଦରଗଡ ସହର: ବଣେଇ: ଚୁନାଘାଟି ନିକଟରେ ହାଇୱl ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଗୁରୁତର
ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ୱର ଜାତୀୟ ରାଜପଥର ଚୁନାଘାଟି ନିକଟରେ ଆଜି ଏକ ହାଇୱl ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ହାଇୱା ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ସ୍ଥାନାନ୍ତର କରା ଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ରହିଛି।