ବଣେଇ: ରକ୍ସି ରେଳ ଫାଟକରେ ୭ଟି ବାଇକ, ୨କାର ସହ ଅଟୋକୁ ଧକ୍କା ଦେଲା ଟ୍ରକ, ବହୁ ଗୁରୁତର
ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଅନ୍ତର୍ଗତ ରକ୍ସି ରେଳ ଫାଟକରେ ଫାଟକ ପଡିଥିବା ବେଳେ ଏକ ବେପରୁଆ ଟ୍ରକ୍ ପଛପଟୁ ଆସି ଫାଟକ ଖୋଲିବା ଅପେକ୍ଷାରେ ଛିଡା ହୋଇଥିବା ୭ଟି ବାଇକ, ୨ଟି କାର ସହ ଏକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅନେକ ଲୋକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରିଥିଲେ।