ବଣେଇ: ବାନ୍ଧୁପଡ଼ା ଗାଁ ପୁରୁଣାପାଣି ନାଳରେ ଓଲଟିଲା ଟ୍ରକ, ଚାଳକ ଓ ସହଯୋଗୀ ସୁରକ୍ଷିତ
କୋଇଡା ବ୍ଲକ ଅନ୍ତର୍ଗତ ବାନ୍ଧୁପଡ଼ା ଗାଁ ନିକଟସ୍ଥ ପୁରୁଣାପାଣି ନାଳରେ ଆଜି ଏକ ଟ୍ରକ ଓଲଟି ପଡିଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପାଣି ଯୋଗୁ ନାଳରେ ସ୍ରୋତ ପ୍ରଖର ହେବା ଫଳରେ ଅପର ପାର୍ଶ୍ଵକୁ ଯାଉଥିବା ଉକ୍ତ ଟ୍ରକ ସମ୍ପୂର୍ଣ୍ଣ ଓଲଟି ପଡିଥିବା ବେଳେ ସୌଭାଗ୍ୟ ବଶତଃ ଏହାର ଚାଳକ ଓ ସହଯୋଗୀ ବର୍ତ୍ତି ଯାଇଥିବା ସୂଚନା ରହିଛି।