ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଢଉଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇ ଯାଇଛି l ହିଞ୍ଜିଳି ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗ ରେ ଢଉଗାଁ ପଞ୍ଚାୟତ ପକ୍ଷରୁ ଏହି ଶିବିର ଆୟୋଜନ କରା ଯାଇଥିଲା l ସରପଞ୍ଚ ମନ୍ୟୁ ପାତ୍ର ଅନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ଶିବିର ରେ ଷାଠିଏ ରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରା ଯାଇଛି l ଏଥି ମଧ୍ୟରୁ ପନ୍ଦର ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ପଠା ଯାଇଥିବା ସୂଚନା ମିଳିଛି l