ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମାଣିକ୍ୟପୁର ଠାରେ ଜିରୋ ସଲାମ ସ୍ଵୟଂ ସହାୟକ ଗୋଷ୍ଠୀର ଧାନ ମଣ୍ଡି ବି ଡି ଓ ସଂଗ୍ରାମ କେଶରୀ ଜେନା ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଏଥିରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ବି ପି ସି ଶୁଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଟୁକୁନା ଗୌଡ଼, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ମହାନ୍ତି,ସରପଞ୍ଚ ପ୍ରତିନିଧି ଶାନ୍ତନୁ ବିଷୋୟୀ,ଗ୍ରାମ ସଭାପତି ସନ୍ତୋଷ ପ୍ରଧାନ,ବରିଷ୍ଠ ଚାଷୀ କୃଷ୍ଣ ଚନ୍ଦ୍ର ଛାଟୋଇ, ସମାଜ ସେବୀ ପ୍ରଭାକର ନାୟକ ଟୁକୁନା ନାୟକ,ସାମ୍ବାଦିକ ହୃଦାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।