ଗଞ୍ଜାମ ଜିଲ୍ଲା ଚାଷୀଙ୍କ ମୁଖ୍ୟ ସମସ୍ୟା ପାଲଟିଛି ଧାନ ମଣ୍ଡି ବ୍ୟବସ୍ଥା l କେହୁଠି ଧାନ ମଣ୍ଡି ଉଦଘାଟନ ହୋଇଥିବା ବେଳେ ଉଠୁନି ଧାନ l ତକେହୁଠି ମଣ୍ଡି ଖୋଲିବାର ନଧରୁନି l ଜିଲ୍ଲା ସାରା ମଣ୍ଡି ସମସ୍ୟା କୁ ନେଇ ଚାଷୀ ଘାଣ୍ଟି ସନ୍ତୁଳି ହେଉଥିବା ବେଳେ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଚାଷୀ ଙ୍କୁ ମଧ୍ୟ ହଇରାଣ କଲାଣି ମଣ୍ଡି ସମସ୍ୟା l ପଞ୍ଚାୟତ ରେ ଗତ 23 ତାରିଖ ରୁ ମଣ୍ଡି ଖୋଲିଥିଲେବି ଏଯାଏ ଧାନ ଉଠିପାରୁନି l ଫଳରେ ଚାଷୀ ଅମଳ ଧାନକୁ ନିଜ ପାଖରେ ରଖି ଭୟଭୀତ ଅବସ୍ଥାରେ ରହିଛନ୍ତି l