ରାୟଗଡା: ରାୟଗଡ଼ାରେ ରାଷ୍ଟ୍ରଋଷି ଦତ୍ତୋପନ୍ତ ଠେଙ୍ଗଡ଼ିଜୀଙ୍କ ଜୟନ୍ତୀ ପାଳିତ
ରାୟଗଡ଼ା ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ରାଷ୍ଟ୍ରଋଷି ଦତ୍ତୋପନ୍ତ ଠେଙ୍ଗଡ଼ିଜୀଙ୍କ ଜୟନ୍ତୀ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଶ୍ରମିକ ନେତା ଯୋଗେଶ୍ୱର ଦାସ, ସୁଦର୍ଶନ ପାଢ଼ୀ ଓ ବାଦଲ ତାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।