ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ଯୁବୋତ୍ସବ, ଅଂଶଗ୍ରହଣ କଲେ ଶତାଧିକ ଛାତ୍ରଛାତ୍ରୀ
ପାରଳାଖେମୁଣ୍ଡିର ବିଜୁ କଲ୍ୟାଣ ମଣ୍ଡପରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂକଳ୍ପ-୨୦୨୭’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଯୁବୋତ୍ସବ ପାଇଁ ମନୋନୀତ ହୋଇଛନ୍ତି।