ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ ଶାଳପଡା ଗ୍ରାମରେ କରଜ ଟଙ୍କାକୁ ନେଇ ଗୁରୁବାର ସକାଳ 7.30 ମିନିଟ ସମୟରେ ଦୁଇ ବ୍ୟବସାଇଙ୍କ ମଧ୍ୟରେ ଗଣ୍ଡଗୋଳରେ ଜଣେ ମୃତ। ଏନେଇ ମୃତକଙ୍କ ପତ୍ନୀ ଫତେଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ କେସ ନଂ 85/24 ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ପୋଲିସ ଗିରଫ କରି ଥାନାରେ ଅଟକ ରଖିଥିବାର ଶୁକ୍ରବାର ସକାଳୁ ଫତେଗଡ ଥାନାଧିକାରୀ ସୁଜିତ କୁମାର ଦାସଙ୍କ ଠାରୁ ପ୍ରକାଶ।