ଖଣ୍ଡପଡା: ଖଣ୍ଡପଡ଼ା ସହରରେ ବିଜେପିି ତରଫରୁ କାନ୍ଥରେ, ବାଡ଼ରେ କରାଯାଇଥିବା ୱାଲ ପେଣ୍ଟିଂରୁ ଦଳୀୟ ପ୍ରାର୍ଥୀଙ୍କ ନାମ ଲିଭାଗଲା।
ଖଣ୍ଡପଡ଼ା ସହରର ବିଭିନ୍ନ ୱାଡ଼ର କାନ୍ଥ, ବାଡ଼ରେ ୱାଲ ପେଣ୍ଟିଂ କରି ବିଜେପି ବିଧାୟକ ପ୍ରାର୍ଥୀ ଆଚରଣ ବିଧି ଉଲଘଂନ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ସୂଚନା ପାଇ ବୁଧବାର ସକାଳ ୯ ଘଣ୍ଟା ସମୟରେ ଉକ୍ତ ଲେଖାକୁ ଲିଭାଇ ଦିଆଯାଇଥିବା ଜଣାପଡିଛି।