୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ତେବେ ଏପର୍ଯ୍ୟନ୍ତ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ସରିନାହିଁ। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ଦୁଷ୍ମନ୍ତ ସ୍ବାଇଁଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ହେଁ, ଦଳରେ ଏଵେ ମଧ୍ୟ ଅସନ୍ତୋଷ ଦେଖାଦେଇଛି। ତେବେ ପ୍ରାର୍ଥୀ ପତ୍ର ଦାଖଲ ହୋଇନଥିବା ବେଳେ ବିଜେପିର ଖଣ୍ଡପଡ଼ା ସହରର ବିଭିନ୍ନ ୱାଡ଼ର କାନ୍ଥ, ବାଡ଼ରେ ୱାଲ ପେଣ୍ଟିଂ କାମ ଚାଲୁରହିଛି। ଏନେଇ ସାଧାରଣରେ ଆଚରଣବିଧି ଉଲ୍ଲଂଘନ ନେଇ ଚର୍ଚ୍ଚା ଜୋର ଧରିଛି।