ଖଣ୍ଡପଡା: ପବିତ୍ର ଶ୍ରୀରାମ ନବମୀରେ ଉତ୍ସବ ମୁଖର ଫତେଗଡ଼ ଗିରି ଗୋବର୍ଦ୍ଧନ ପାହାଡ଼ ସ୍ଥିତ ଦ୍ଵିତୀୟ ଅଯୋଧ୍ୟା ଶ୍ରୀରାମ ମନ୍ଦିର।
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକ ଫତେଗଡ ଗ୍ରାମ ଗିରିଗୋବର୍ଦ୍ଧନ ପାହାଡ଼ ସ୍ଥିତ ଦ୍ଵିତୀୟ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଆଜି ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୫ଟାରୁ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପ୍ରଭୁଙ୍କର ବିଭିନ୍ନ ବେଶ ସହ ମଧ୍ୟାହ୍ନ ଭୋଗରେ ବିଭିନ୍ନ ବ୍ୟଞ୍ଜନ ଲାଗି ହୋଇଥିବା ସହ ମଧ୍ୟାହ୍ନରେ ମାତ୍ର ୩୦ ମିନିଟ୍ ପାଇଁ ପହଡ଼ ପଡ଼ିଥିଲା। ରାମ ଧ୍ଵନିରେ ଉତ୍ସଵ ମୁଖର ହୋଇଉଠିଥିଲା ଗିରି ଗୋବର୍ଦ୍ଧନ ପାହାଡ଼। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କୁ ଦର୍ଶନ କରିଥିଲେ।