ଖଣ୍ଡପଡା: କଣ୍ଟିଲୋ ମହାନଦୀ କୂଳରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର
କଣ୍ଟିଲୋ ନୀଳମାଧବ ମନ୍ଦିର ପଶ୍ଚିମ ଦ୍ବାର ମହାନଦୀ କୂଳରୁ ଶନିବାର ମଧ୍ୟାହ୍ନରେ ଜଣେ ମତ୍ସ୍ଯଜୀବୀ ନଦୀରୁ ମାଛ ଧରି ଘରକୁ ଫେରୁଥିବା ବେଳେ ନଦୀ କୂଳରେ ମହିଳା ପଡ଼ିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ତେବେ ଘଟଣାସ୍ଥଳରେ କଣ୍ଟିଲୋ ଫାଣ୍ଡି ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।