କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ନୂଆଗାଁରେ ଚତୁର୍ଥ ବାର୍ଷିକ ଭାଗବତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏକ ଭକ୍ତିମୟ ପରିବେଶରେ ଅଞ୍ଚଳ ତିନିଦିନ ଭଜନ ରତନ କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା । ସଂସ୍କୃତି ପରମ୍ପରା ର ଭାଗବତ ସମ୍ମିଳନୀ ମଧ୍ୟରେ ଭାଇଚାରାର ଏକାତା ବଜାୟ ରଖିଛି ଏହି ଅଞ୍ଚଳ । ଶେଷ ଦିବସରେ ମୁଖ୍ୟ ଅତିଥି ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି ଗୋପିନାଥ ରାମ,ହରିଚନ୍ଦନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମ୍ମାନନୀୟ ଅତିଥି ଗଣ ଯୋଗଦେଇଥିଲେ । ସାନ୍ତି ସୃଙ୍ଖଳାର ସହିତ ଆଜି ଅପରାହ୍ନ ପାଞ୍ଚଟା ସମୟରେ ଏହି ସମ୍ମିଳନୀ ଶେଷ ହୋଇଛି ।