ଖଣ୍ଡପଡା: ମଧୁବୈଶ୍ୟ ସମାଜ ପକ୍ଷରୁ ଭାପୁର ବ୍ଲକ ମାଧପୁର ଠାରେ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ।
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ ମାଧପୁର ଗ୍ରାମ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ରବିବାର ଦିନ ୧୦ ଘଣ୍ଟା ସମୟରେ ମଧୁବୈଶ୍ୟ ସମାଜ ଖଣ୍ଡପଡ଼ା ପକ୍ଷରୁ ସଂଘର ସଭାପତି ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପାଞ୍ଚରାଜ୍ୟ ମଧୁବୈଶ୍ୟ ସମାଜର ସଭାପତି ଅରକ୍ଷିତ ସାହୁ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା, ରଣପୁର ଏବଂ ଖଣ୍ଡପଡ଼ା ରାଜ୍ୟ ମଧୁବୈଶ୍ୟ ସମାଜର ସଭାପତି ଏଵଂ ସଂପାଦକ ମାନେ ଯୋଗ ଦେଇଥିଲେ। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗ ଦେଇଥିଲେ।