ଲାଡ ଖେଳ ପଡିଆ ଠାରେ ଅଷ୍ଟମ କାଳିଆ ଦା ସ୍ମାରକୀ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି। ଫାଇନାଲରେ ମୋନଷ୍ଟାର ଦଳକୁ ଟ୍ରାଇବ୍ରେକର ଜରିଆରେ ୪ - ୧ ଗୋଲରେ ପରାସ୍ତ କରି କୁଚିଣ୍ଡା ଏଫ: ସି ଚମ୍ପିୟାନ ହୋଇଥିଲା।
ଲାଡ଼ ଗ୍ରାମର ବିଶିଷ୍ଟ ଫୁଟବଲ ଖେଳାଳୀ ସୁମନ୍ତ ଲୁହା (କାଳିଆ)ଙ୍କ ଅକାଳ ବିୟୋଗ ପରେ ତାଙ୍କ ସ୍ମୃତିରେ ପ୍ରତି ବର୍ଷ ଲାଡ ଗ୍ରାମର ଜୟ ହିନ୍ଦ କ୍ଲବ ପକ୍ଷରୁ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରା ଯାଉଛି। ଏହି ବର୍ଷ ଗତ ୨୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଲାଡ ଖେଳ ପଡିଆ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୋଟ ୧୬ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ।
#footballnews #amarkuchinda #kuchinda
Kochinda, Sambalpur | Nov 22, 2026