ବାରିପଦା ସଦର: ମୟୁରଭଞ୍ଜରେ ଉଠା ଜଳସେଚନ ଠିକାଦାରଙ୍କ ଆନ୍ଦୋଳନ, ଟେଣ୍ଡର ବାତିଲ ଦାବି
ନୂତନ ଟେଣ୍ଡରରେ ଦର ଅତ୍ୟନ୍ତ କମ ଥିବାରୁ ମୟୁରଭଞ୍ଜ ଉଠା ଜଳସେଚନ ଠିକାଦାର ସଙ୍ଘ ପକ୍ଷରୁ ବିରୋଧ। ଟେଣ୍ଡର ବାତିଲ କରି ଦର ସଂଶୋଧନ ପାଇଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଦାବି ଜଣାଇଲେ ସଙ୍ଘର ସଦସ୍ୟ। ଜିଲ୍ଲାରେ କୌଣସି ଠିକାଦାର ଟେଣ୍ଡରରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି।