ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ପୂର୍ବତନ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି। ସେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅଧିନ ୫ନଂ ଜୋନରୁ ନିର୍ବାଚିତ ହୋଇ ୨୦୧୭ ମସିହାରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ। ତେବେ ଗତ ୩ ଵର୍ଷ ହେବ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସୋମବାର ଅପରାହ୍ନରେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଅଭିଯୋଗ ପତ୍ରକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠେଇ ଦେଇଥିବା ସୁଚନା ମିଳିଛି।