ବାରିପଦା ସଦର: ମୟୂରଭଞ୍ଜ: ଗୁଣିଆ ନାଁରେ ବିବାହିତାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ମୟୂରଭଞ୍ଜ ବିଶୋଇ ଅଞ୍ଚଳରେ ଗୁଣିଆ କବଳରେ ପଡ଼ି ଜଣେ ବିବାହିତା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ପାରିବାରିକ ସମସ୍ୟାର ସମାଧାନ ପାଇଁ ଯାଇଥିବା ବେଳେ ଲକ୍ଷ୍ମଣ ଲୋହାର ନାମକ ଜଣେ ଗୁଣିଆ ତାଙ୍କୁ ତିନି ଦିନ ଧରି ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି। ବିଶୋଇ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।