ବାରିପଦା ସଦର: ବାରିପଦାରେ ଓଜେସିର ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ
ବାରିପଦା ଶହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଛି ଓଡ଼ିଶା ଜନତା କଂଗ୍ରେସର କର୍ମୀ ସମାବେଶ। ଦଳର ପ୍ରତିଷ୍ଠାତା ଇଂ ମହମ୍ମଦ ମୋକିମ ମୟୂରଭଞ୍ଜର ବିକାଶ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି। ଅନେକ ନୂତନ ସଦସ୍ୟ ଦଳରେ ସାମିଲ ହୋଇଛନ୍ତି।