ରୟତି ଢୋଲମରା ଗ୍ରାମରେ ଶନିବାର ଜଣେ ଅଜଣା ବ୍ୟକ୍ତିଙ୍କୁ ଅଟକ ରଖି ଗ୍ରାମବାସୀ ପୋଲିସର ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ, ଗ୍ରାମର ନେଳି ପୋଖରୀ ହୁଡ଼ା ତଳେ ତଳେ ଲୁଚି କରି ଜଣେ ଅଜଣା ବ୍ୟକ୍ତି ଯାଉଥିବାର ଦେଖି ଗ୍ରାମର କିଛି ଲୋକେ ସନ୍ଦେହରେ ପଚାରିବାରୁ ବ୍ୟକ୍ତି ଜଣଙ୍କ କିଛି ଉତ୍ତର ନଦେଇ ଦୈାଡି ଖସି ପଳାଇ ଯିବାକୁ ଚେଷ୍ଠା କରିଥିଲା। ପରେ ଗ୍ରାମବାସୀ ତାକୁ ଧରି କୋସ୍କା ଫାଣ୍ଡି ଅଧିକାରୀ ରମେଶ ବେହେରାଙ୍କ ଜିମା ଦେଇଥିବା ସୂଚନା ମିଳିଛି।