ବାରିପଦା ସଦର: ବାରିପଦାରେ 351 ଜଣ ଛାତ୍ରଛାତ୍ରୀଙ୍କୁ ମିଳିଲା ଚଷମା
ବାରିପଦା ବ୍ଲକର 351 ଜଣ ଦୃଷ୍ଟି ସମସ୍ୟା ଥିବା ଛାତ୍ରଛାତ୍ରୀଙ୍କୁ ବୀର ସୁରେନ୍ଦ୍ର ସାଇ ଦିବ୍ୟ ଦୃଷ୍ଟି ଯୋଜନାରେ ଚଷମା ପ୍ରଦାନ କରାଯାଇଛି। ଲାଲବଜାରସ୍ଥିତ ଜିଲ୍ଲା ଅନ୍ତର୍ନିବେଶି ସାଧନ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।