ଶୁକ୍ରବାର ଯୁବକଙ୍କ ଅପହରଣ ଘଟଣାକୁ ନେଇ ପରିବାର ପକ୍ଷରୁ ସିଧାମୂଳା ମହାଳିକ ସାହି କ୍ଲବ ଘରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଗତ ୧ ତାରିଖ ରାତିରେ ପ୍ରେମାନନ୍ଦ ରାଉତଙ୍କ ଏକମାତ୍ର ପୁଅ ଆଦିତ୍ୟ କୁମାର ରାଉତ (୧୯) ଙ୍କୁ ଇଶ୍ଵର ଚନ୍ଦ୍ର ରାଉତ ଓ ସମ୍ପର୍କୀୟ ମନ୍ଦ ଉଦ୍ଦେଶ୍ୟ ରଖି ଅପହରଣ କରିଛନ୍ତି । ଘଟଣା ସମ୍ପର୍କରେ ଫାଣ୍ଡି, ଥାନା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ଆଦିତ୍ୟଙ୍କୁ ପୋଲିସ ଉଦ୍ଧାର କରିପାରି ନାହିଁ ।