ବିଜେପିର କଟକ ଲୋକସଭା ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏବଂ ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତଙ୍କ ଏକ ବିରାଟ ରାଲିରେ ବୁଧବାର ଅପରାହ୍ନ ୪ଘଣ୍ଟା ସମୟରୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର କାଳୀଗିରି ଶଙ୍ଖ ନିକଟରୁ ହଜାର ହଜାର ସମର୍ଥକ ଓ କର୍ମୀଙ୍କ ଗହଣରେ କଣ୍ଟିଲୋ ନୀଳମାଧବଙ୍କ ପର୍ଯ୍ୟନ୍ତ ବାହାରି ଥିଲେ। ତେବେ ସନ୍ଧ୍ୟା ୭ଟାରେ ନୀଳମାଧବଙ୍କ ନିକଟକୁ ଯାଇ ଆଶିଷ ଭିକ୍ଷା ମାଗିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହଙ୍କ ସହିତ ବିଜେପି ଦଳର ଛାମୁଆ ନେତା ଓ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ।