ଆଜି ଡିସେମ୍ବର 13 ତାରିଖ ରାତି 9 ଟା ପାଖାପାଖି ସମୟରେ ଏହି ହାତୀ ପଲ ପଞ୍ଚରା ସାଉଥ୍ ରିଜର୍ଭ ଫରେଷ୍ଟ ନିକଟରେ ଥିବା ନେଇ ବଡ଼ଗାଁ ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ହାତୀ ପଲରେ 23 ଗୋଟି ଛୋଟ ବଡ଼ ମିଶି ହାତୀ ଥିବା ବନ ବିଭାଗର ଗଣତିରେ ଜଣାପଡିଛି। ଗତକାଲି ରାତିରେ ସେହି ଦଳରୁ ଗୋଟିଏ ହାତୀ ଗ୍ରାମାଭିମୁଖି ହୋଇ ଥିଲା ବେଳେ ଆଜି ମଧ୍ଯ ସେହି ସମ୍ଭାବନା ଥିବାରୁ ବନ ବିଭାଗ ପଞ୍ଚରା, ଟେଙ୍ଗ୍ରି ବାହାଲ, ଜଉରା ମୁଣ୍ଡା ଆଦି ଅଞ୍ଚଳର ଲୋକଙ୍କୁ ବିନା କାରଣରେ ରାତିରେ ଘରୁ ପଦାକୁ ନ ବାହାରିବାକୁ ସତର୍କ କରିଛନ୍ତି। ତେବେ ହାତୀ ପଲଙ୍କ ଉପରେ ତୀକ୍ଷଣ ନଜର ରଖି ଟାଇମ୍ ଟୋ ଟାଇମ୍