ନରସିଂହପୁର: ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ର ବିଧାରପୁର ନିକଟରେ ଏକ କାର ଦୁର୍ଘଟଣା ଘଟିଛି।
ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ର ବିଧାରପୁର ନିକଟରେ ଏକ କାର ଦୁର୍ଘଟଣା ଘଟିଛି। ଆଜି ସକାଳୁ ମୁଖ୍ୟ ରାସ୍ତା ରୁ ଯାଇ କାର ଟି ଏକ ଡ୍ରେନ ରେ ପଶି ଯାଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ଅଞ୍ଚଳର ଏହି କାର ରେ ଚାଳକ ଓ ଅନ୍ୟ ଜଣେ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ଚାଳକ ଆହତ ହୋଇ ମାଣିଆବନ୍ଧ ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ଗାଡି ଟି ନରସିଂହପୁର ଆଡକୁ ଗତି କରିଥିବା ବେଳେ ଦୁର୍ଘଟଣା ଘଟିଛି।