ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ର ୯ ଗୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ସ୍ବତନ୍ତ୍ର ଗ୍ରାମସଭା ରେ ମଦ ବିକ୍ରି ବନ୍ଦ ପ୍ରସ୍ତାବ ଗୃହୀତ ହୋଇଛି। ଆଜି ସରପଞ୍ଚ ସଂଘର ସଭାପତି ଯୋଗେନ୍ଦ୍ର କିଷାନ ଙ୍କର ନେତୃତ୍ୱରେ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଏହି ବିଷୟରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି।