Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews

News in Attabira

ଜୟ ଯବାନ ଜୟ କିସାନ ଦେଶରେ ଦୁଇଟି ଲୋକପ୍ରିୟ ନାରା ଯବାନ ଦେଶର ସୁରକ୍ଷା ପାଇଁ କିସାନ ଖାଦ୍ୟ ସୁରକ୍ଷା ପାଇଁ ରାଷ୍ଟୀୟ ସମ୍ମାନ ମିଳିଥାଏ।ବରଗଡ଼ ଜିଲ୍ଲାରେ 2026 ଖରିଫ ଚାଷ ଆରମ୍ଭ, ଅତି ଆନନ୍ଦ ଉଲ୍ଲାସରେ ଚାଷୀ ଚାଷ କରିଥାଏ ହେଲେ କିଏ କିଏ ଜାଣିଛି କଷ୍ଟ ଉପାର୍ଜିତ ଫସଲ ଠିକ ଭାବରେ ବିକ୍ରି ହୋଇ ପାରିବ କି ନାହିଁ, ଟୋକନ ମିଳିବ କି ନାହିଁ, ସାର, କୀଟ ନାଶକ ଠିକ ସମୟରେ ମିଳିବ କି ନାହିଁ, ପ୍ରାକୃତିକ ଦୁର୍ବିପାକ ଯେମିତି କି କରା ମାଡ଼, ମରୁଡି, ପ୍ରବଳ ବର୍ଷାରେ କ୍ଷତି ପୂରଣ ମିଳିବ କି ନାହିଁ ନାନାଦି ଆଶା ଓ ଆଶଙ୍କା ସତ୍ୱେ ଖାଦ୍ୟ ସୁରକ୍ଷାର ଦାୟୀତ୍ବ ନେଇ ଆନନ୍ଦ ସହିତ ଚାଷକରେ।

Attabira, Bargarh (Baragarh) | Jul 20, 2026

ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ // ରାସ୍ତାରେ ଶବ ରଖି ନ୍ୟାୟ ପାଇଁ ଧାରଣାରେ ପରିବାର #godbhaganews

ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ // ରାସ୍ତାରେ ଶବ ରଖି ନ୍ୟାୟ ପାଇଁ ଧାରଣାରେ ପରିବାର #godbhaganews

Attabira, Bargarh (Baragarh) | Jul 17, 2026

Bisleri ବୋତଲରେ ଥିଲା ମୃତ୍ୟୁ // ପାଣି ଭାବି ପିଇ ଦେଲେ ଦୁଇ ଭାଇ

Bisleri ବୋତଲରେ ଥିଲା ମୃତ୍ୟୁ // ପାଣି ଭାବି ପିଇ ଦେଲେ ଦୁଇ ଭାଇ

Attabira, Bargarh (Baragarh) | Jul 16, 2026

ସାର ର ଅଭାବୀବିକ୍ରି

ଅସନ୍ତୁଷ୍ଟ ଚାଷୀ

ଆନ୍ଦୋଳନ ପାଇଁ ଚେତାବନୀ

ପ୍ରଶାସନ ଓ କୃଷକ ସଙ୍ଗଠନର ଦ୍ବିପାକ୍ଷିକ ବୈଠକ 

​ଖରିଫ୍ ଋତୁରେ ସାରର ଅଭାବୀ ବିକ୍ରି ଓ ଚୋରା ଚାଲାଣକୁ ନେଇ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ସମସ୍ୟାର ସମାଧାନ ପାଇଁ ଆଜି ଘେଁସ ଧାନମଣ୍ଡି ପରିସରରେ ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଓ ଜିଲ୍ଲା କୃଷି ବିଭାଗ ମଧ୍ୟରେ ଏକ ଜରୁରୀକାଳୀନ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନର ଦୃଢ଼ ପ୍ରତିଶ୍ରୁତି ପରେ ଚାଷୀମାନେ ସେମାନଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ।
​ ପ୍ରାଥମିକ ସମବାୟ ସମିତି (ସୋସାଇଟି) ଗୁଡ଼ିକରେ କେବଳ ଋଣି ଚାଷୀଙ୍କୁ ସାର ମିଳୁଥିବା ବେଳେ ଅଣଋଣି ଚାଷୀଙ୍କୁ ଅଣଦେଖା କରାଯାଉଛି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ସାର ବିକ୍ରି କରି କଳାବଜାରୀ କରୁଥିବାବେଳେ ଚାଷୀମାନଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । 
​ସାର ନମିଳିଲେ ଜିଲ୍ଲାର ସମସ୍ତ ସୋସାଇଟିରେ ତାଲା ପକାଇ ଆନ୍ଦୋଳନ କରିବାକୁ ମଧ୍ଯ ଚାଷୀ ସଙ୍ଗଠନ ପ୍ରସ୍ତୁତି କରିଥିଲା ।
​ଆନ୍ଦୋଳନ ଖବର ପାଇ ଜିଲ୍ଲା କୃଷି ବିଭାଗ ତତ୍ପରତା ଦେଖାଇଥିଲା । ଦୀର୍ଘ ଦେଢ଼ ଘଣ୍ଟାର ଆଲୋଚନା ପରେ ପ୍ରଶାସନ ଚାଷୀଙ୍କ ଦାବି ଆଗରେ ନଇଁଥିଲା । ଋଣି ଚାଷୀଙ୍କ ଭଳି ଅଣଋଣି ଚାଷୀମାନଙ୍କୁ ମଧ୍ୟ ଚଳିତ ସପ୍ତାହ ମଧ୍ୟରେ ସୋସାଇଟିରେ ସରକାରୀ ମୂଲ୍ୟରେ ସାର ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ ପ୍ରତିଶ୍ରୁତି ମିଳିଛି । ସାରର କଳାବଜାରୀ ଓ ଚୋରା ଚାଲାଣ ରୋକିବା ପାଇଁ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ।
​ଏହି ବୈଠକରେ ପ୍ରଶାସନ ପକ୍ଷରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରିଣୀ ମମତା ତ୍ରିପାଠୀ , କୃଷି ଜିଲ୍ଲା ଅଧିକାରିଣୀ ସୋହେଲା ଝୁମି ମେହେର, ବରଗଡ଼ ଏଡିଓ ଅଞ୍ଜନ ନାଏକ,ସହକାରୀ କୃଷି ଅଧିକାରୀ ସୋହେଲା ଅଭିଷେକ ଅଗ୍ରୱାଲ,ଜିଲ୍ଲା ଉପ ନିବନ୍ଧକ ଅଧିକାରୀ ଯୁଗଲକିଶୋର ଦାଶ ଏବଂ କୃଷକ ସଙ୍ଗଠନ ପକ୍ଷରୁ ପ୍ରଭାତ ସାହୁ, କୁଞ୍ଜବିହାରୀ ପ୍ରଧାନ, ସଂଜୀବ ପଧାନ, ଧୀରେନ୍ଦ୍ର ପଟେଲ, କ୍ଷୀରୋଦ୍ର ପଟେଲ, କୃତାର୍ଥ ପ୍ରଧାନ, ମୀନକେତନ ବାରିକ, ଅରୁଣ ବାରିକ ଙ୍କ ସମେତ ଅନେକ ଚାଷୀ ନେତା ଉପସ୍ଥିତ ଥିଲେ । ସାର ବଣ୍ଟନ ପ୍ରକ୍ରିୟା ଉପରେ ସଙ୍ଗଠନ ତୀକ୍ଷ୍ଣ ନଜର ରଖିବ ବୋଲି ଚେତାବନୀ ଦେଇଛି ।

ସାର ର ଅଭାବୀବିକ୍ରି ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳନ ପାଇଁ ଚେତାବନୀ ପ୍ରଶାସନ ଓ କୃଷକ ସଙ୍ଗଠନର ଦ୍ବିପାକ୍ଷିକ ବୈଠକ ​ଖରିଫ୍ ଋତୁରେ ସାରର ଅଭାବୀ ବିକ୍ରି ଓ ଚୋରା ଚାଲାଣକୁ ନେଇ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ସମସ୍ୟାର ସମାଧାନ ପାଇଁ ଆଜି ଘେଁସ ଧାନମଣ୍ଡି ପରିସରରେ ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଓ ଜିଲ୍ଲା କୃଷି ବିଭାଗ ମଧ୍ୟରେ ଏକ ଜରୁରୀକାଳୀନ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନର ଦୃଢ଼ ପ୍ରତିଶ୍ରୁତି ପରେ ଚାଷୀମାନେ ସେମାନଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ​ ପ୍ରାଥମିକ ସମବାୟ ସମିତି (ସୋସାଇଟି) ଗୁଡ଼ିକରେ କେବଳ ଋଣି ଚାଷୀଙ୍କୁ ସାର ମିଳୁଥିବା ବେଳେ ଅଣଋଣି ଚାଷୀଙ୍କୁ ଅଣଦେଖା କରାଯାଉଛି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ସାର ବିକ୍ରି କରି କଳାବଜାରୀ କରୁଥିବାବେଳେ ଚାଷୀମାନଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ​ସାର ନମିଳିଲେ ଜିଲ୍ଲାର ସମସ୍ତ ସୋସାଇଟିରେ ତାଲା ପକାଇ ଆନ୍ଦୋଳନ କରିବାକୁ ମଧ୍ଯ ଚାଷୀ ସଙ୍ଗଠନ ପ୍ରସ୍ତୁତି କରିଥିଲା । ​ଆନ୍ଦୋଳନ ଖବର ପାଇ ଜିଲ୍ଲା କୃଷି ବିଭାଗ ତତ୍ପରତା ଦେଖାଇଥିଲା । ଦୀର୍ଘ ଦେଢ଼ ଘଣ୍ଟାର ଆଲୋଚନା ପରେ ପ୍ରଶାସନ ଚାଷୀଙ୍କ ଦାବି ଆଗରେ ନଇଁଥିଲା । ଋଣି ଚାଷୀଙ୍କ ଭଳି ଅଣଋଣି ଚାଷୀମାନଙ୍କୁ ମଧ୍ୟ ଚଳିତ ସପ୍ତାହ ମଧ୍ୟରେ ସୋସାଇଟିରେ ସରକାରୀ ମୂଲ୍ୟରେ ସାର ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ ପ୍ରତିଶ୍ରୁତି ମିଳିଛି । ସାରର କଳାବଜାରୀ ଓ ଚୋରା ଚାଲାଣ ରୋକିବା ପାଇଁ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି । ​ଏହି ବୈଠକରେ ପ୍ରଶାସନ ପକ୍ଷରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରିଣୀ ମମତା ତ୍ରିପାଠୀ , କୃଷି ଜିଲ୍ଲା ଅଧିକାରିଣୀ ସୋହେଲା ଝୁମି ମେହେର, ବରଗଡ଼ ଏଡିଓ ଅଞ୍ଜନ ନାଏକ,ସହକାରୀ କୃଷି ଅଧିକାରୀ ସୋହେଲା ଅଭିଷେକ ଅଗ୍ରୱାଲ,ଜିଲ୍ଲା ଉପ ନିବନ୍ଧକ ଅଧିକାରୀ ଯୁଗଲକିଶୋର ଦାଶ ଏବଂ କୃଷକ ସଙ୍ଗଠନ ପକ୍ଷରୁ ପ୍ରଭାତ ସାହୁ, କୁଞ୍ଜବିହାରୀ ପ୍ରଧାନ, ସଂଜୀବ ପଧାନ, ଧୀରେନ୍ଦ୍ର ପଟେଲ, କ୍ଷୀରୋଦ୍ର ପଟେଲ, କୃତାର୍ଥ ପ୍ରଧାନ, ମୀନକେତନ ବାରିକ, ଅରୁଣ ବାରିକ ଙ୍କ ସମେତ ଅନେକ ଚାଷୀ ନେତା ଉପସ୍ଥିତ ଥିଲେ । ସାର ବଣ୍ଟନ ପ୍ରକ୍ରିୟା ଉପରେ ସଙ୍ଗଠନ ତୀକ୍ଷ୍ଣ ନଜର ରଖିବ ବୋଲି ଚେତାବନୀ ଦେଇଛି ।

Attabira, Bargarh (Baragarh) | Jul 16, 2026

ଆଜି ତା ୫/୭/୨୬ ରିଖ ରବିବାର ଦିନ ଲାୟନ୍ସ କ୍ଲବ ଗୋଡ଼ଭଗା ରୟାଲ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଗୋଡ଼ଭଗା କିଶୋରୀ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ୬୫ ଜଣଙ୍କ Uric ଏସିଡ,DDC , RBC ,  LFT , Blood pressure ପରୀକ୍ଷା କରାଯାଇଥିଲା l  ଅତାବିରା PHC ର ସରକାରୀ ଡାକ୍ଟର ଡ଼ା. ଚିତ୍ତରଞ୍ଜନ ଜେନାଙ୍କ ତତ୍ତ୍ଵlବଧାନରେ   Akumentis Helth Care Sambalpur ରୁ ସୁଜିତ୍ କୁ ବାଗ,Zydus Helth Care ରୁ ସଦ୍ଦାମ୍ ମଲ୍ଲିକ , Red Clip ଭୁବନେଶ୍ୱରରୁ ରୋହିତ୍ ମୁଣ୍ଡା , ଗୋଡ଼ଭଗା ଗାୟତ୍ରୀ ହେଲଥ କେୟାର ସେଣ୍ଟରର କର୍ମଚାରୀଙ୍କ ମିଳିତ ସହଯୋଗ ରେ ପରୀକ୍ଷା ଗୁଡ଼ିକ କରାଯାଇଥିଲା l ଏଥିରେ HBC  Life Science Pvt Ltd ତରଫରୁ ମନୋଜ କୁ ନାୟକ ଓ ଦେବବ୍ରେତ ରାୟ TATA GLUCO AND WATER ସମସ୍ତଙ୍କୁ ବଣ୍ଟନ କରିଥିଲେ l ଏହି ଶିବିରରେ ଲାୟନ୍ କ୍ଲବର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ l

Attabira, Bargarh (Baragarh) | Jul 6, 2026

ପ୍ରଦୀପ ପୁରୋହିତ

ପ୍ରଦୀପ ପୁରୋହିତ

Attabira, Bargarh (Baragarh) | Jul 1, 2026

ଅତାବିରା ସରସ୍ବତୀ ମଣ୍ଡପ ଠାରେ ମନ କି ବାତ କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ ପ୍ରଦୀପ ପୁରୋହିତ

ଅତାବିରା ସରସ୍ବତୀ ମଣ୍ଡପ ଠାରେ ମନ କି ବାତ କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ ପ୍ରଦୀପ ପୁରୋହିତ

Attabira, Bargarh (Baragarh) | Jun 29, 2026

ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ବରଗଡ଼ ଜିଲ୍ଲାରେ 5 ହଜାର ଚାଷୀଙ୍କୁ ଟୋକନ ପ୍ରଦାନ, ଜମି ତୁଳନାରେ ଟୋକନ ଦିଅ, ଦଲାଲ ମୁକ୍ତ କଟନୀ ରହିତ ଧାନ କିଣା ବ୍ୟବସ୍ଥା, ମଣ୍ଡି ମାନଙ୍କରେ ପଡ଼ିଥିବା 5 ଲକ୍ଷ ପକେଟ ଧାନ ତୁରନ୍ତ କିଣାଯାଉ ଏବଂ ରାସାୟନିକ ସାର ଏବଂ ଉନ୍ନତ ବିହନ ଦେଇ ନୂତନ ଚାଷ ପ୍ରତି ଚାଷୀଙ୍କୁ ଉତ୍ସାହିତ କରାଯାଉ।

Attabira, Bargarh (Baragarh) | Jun 27, 2026

ଆଜି ଅତାବିରା ଉଗ୍ରେସେନ ଭବନ ଠାରେ  ଅତାବିରା ବିଧାନସଭା ର  ସଭାପତି  ଜୟକ୍ରିଷ୍ଣା ଛୁରିଆ ଙ୍କ ସଭାପତିପ୍ତ ରେ   ଆମ ଆଦମୀ ପାଟି ଅତାବିରା ବିଧାନସଭା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ସହ ପ୍ରଭାରୀ ଶ୍ରୀ ଟିଂକୁ ରାଜୋରା ଜି ସାମିଲ ହୋଇଥିଲେ. ପ୍ରାୟ 250ରୁ 300 ଲୋକ ସାମିଲ ହୋଇ ଦଳ ର ଆଗାମୀ କାର୍ଯ୍ୟକ୍ରମ ବାବଦରେ ରଣନୀତି ପ୍ରସ୍ତୁତ କରିଥିଲେ. ସହ ପ୍ରଭାରୀ ଶ୍ରୀ ଟିଂକୁ ଜି ଆଗାମୀ 2027 ଜିଲ୍ଲା ପରିଷଦ ସରପଞ୍ଚ ସମିତି ମେମ୍ବର ନିର୍ବାଚନ ରେ ଆପ ଦଳ ଓଡିଶା ରେ ମଜବୁତ ସହିତ ଲଡ଼ିବାକୁ ଦିଲ୍ଲୀ ରୁ କେଜ଼୍ରିୱାଲ ସନ୍ଦେଶ ଦେଇଥିବା ଘୋଷଣା କଲେ ଏବଂ ଅକଟୋବର ମାସରେ ଅରବିନ୍ଦ କେଜ଼୍ରିୱାଲ ଓଡ଼ିଶା ଆସୁଥିବା ସ୍ୱଷ୍ଟ କଲେ. ଏହି ସମାବେଶ ରେ ବିଜେପି ବିଜେଡି କଂଗ୍ରେସ ଦଳ ଛାଡି ଅନେକ କର୍ମୀ ଆପ ଦଳ ରେ ଆସ୍ଥାଭାଜନ କରି ଦଳର ସଦସ୍ୟତା ଗ୍ରହଣ କଲେ. ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଗଠନ ସମ୍ପାଦକ ଭବାନୀ ପ୍ରସାଦ ସାହୁ, ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ଅତାବିରା ଯୁବ ସଭାପତି ଧର୍ମରାଜ ମେହେର, ବ୍ଲକ ସମ୍ପାଦକ ସୂର୍ଯ୍ୟ ନାରାୟଣ ଭୋଇ ସୁବଳ କହର, ଗୌତମ ମହାନନ୍ଦ, ଚିତ୍ତ କହେଁଇ, ନରୋତ୍ତମ ପଣ୍ଡା, ସୁଯୋଗ ପଧାନ, ସୁରେନ୍ଦ୍ର ବାଗ, ସାମନ୍ତ ଭୁଏ ,ଆଦିତ୍ୟ ପେରା, ଦୀନବନ୍ଧୁ ରନବିଡ଼ା , ସୁଜିତ୍ ମେହେର,ଉପସ୍ଥିତ ଥିଲେ

Attabira, Bargarh (Baragarh) | Jun 26, 2026