ଅତାବିରାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ବିଭିନ୍ନ ସମସ୍ୟା ନେଇ ପହଞ୍ଚିଲେ ଜନସାଧାରଣ
ଅତାବିରା: ବରଗଡ଼ ଜିଲ୍ଲାର ଅତାବିରାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ପ୍ରଶାସନର ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।
ଏହି ଜନ ଅଭିଯୋଗ ଶୁଣାଣିରେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକେ ନିଜ ନିଜର ସମସ୍ୟା ଓ ଅଭିଯୋଗ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଜନସାଧାରଣଙ୍କ ଅଭିଯୋଗକୁ ଶୁଣିବା ସହ ଏହାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା।
ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ, ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ଜନସାଧାରଣଙ୍କ ଅଭିଯୋଗର ଉଚିତ ସମାଧାନ ହେଲେ ଏହି ଜନଶୁଣାଣି କାର୍ଯ୍ୟକ୍ରମର ସଫଳତା ସାର୍ଥକ ହେବ ବୋଲି ମତ ପ୍ରକାଶ ପାଇଛି।