ରାୟଗଡା: ତମ୍ବା ତାର ଚୋରି ଘଟଣାରେ ଯୁବକ ଗିରଫ। ମୁନିଗୁଡ଼ା ପୋଲିସ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ପାଇକ ସାହି ଗ୍ରାମର ଯୁଧିଷ୍ଠିରଙ୍କ ପୁଅ କାହ୍ନୁ ଚରଣ ସୁବୁଦ୍ଧି (୪୦) ଙ୍କୁ ତାର ଚୋରି ମାମଲାରେ ପୋଲିସ ଗିରଫ କରିଛି। ତାଠାରୁ ୭ ଟି ଜରି ଅଠାରେ ଥିବା ୨୯୯ କେଜି ତମ୍ବା ତାର,ଏକ ମୋଟରୋଲା ମୋବାଇଲ ଫୋନ୍,ଏକ ଡିଜିଟାଲ ଓଜନ ଯନ୍ତ୍ର,ଓଡି-୧୪-ଜି-୨୨୬୮ନମ୍ବର ଥିବା ଏକ ହୋଣ୍ଡା ଆମାଜି କାର ଜବତ କରାଯାଇଛି। ଗତ ୯ ତାରିଖ ଅପରାହ୍ନ ୫ଟା ୪୫ ମିନିଟ ସମୟରେ ଅଭିଯୁକ୍ତ ଯୁବକ ଉକ୍ତ କାରରେ ଅମ୍ବାଦୋଳା ଆଡୁ ମୁନିଗୁଡ଼ା ଅଭିମୁଖେ ଆସୁଥିବା ସମୟରେ ଏଏସଆଇ ଜେ ସାହୁ ଏବଂ ତାଙ୍କ ସହ ଥିବା ପୋଲିସ କର୍ମଚାରୀ କାର ସହ ତାକୁ କାବୁ କରିଥିଲେ। କାରରେ ଥିବା ୨ କୁଇଣ୍ଟାଲ ୯୯ କେଜି ଚୋରା ତମ୍ବା ତାର ମଧ୍ୟ ଜବତ କରିଥିଲେ । ପିଏସ କେଶ୍ ନମ୍ବର ୨୫୮,ତା ୦୯/୦୯/୨୦୨୬,ୟୁ/ଏସ ୩୦୩(୨)ବିଏନସ ରେ ମୁନିଗୁଡ଼ା ପୋଲିସ ଏକ ମାମଲା ରୁଜୁ କରି ଚୋରି ଘଟଣାର ଅନୁସନ୍ଧାନ ଜାରୀ ରଖିଛି।
Rayagada, Rayagada | Sep 10, 2026