ବୌଦ୍ଧ ସଦର: ସରସରା ଠାରେ ଦୁର୍ଗା ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ
ଶନିବାର ରାତିରେ ହରଭଙ୍ଗା ବ୍ଲକ ସରସରା ଗ୍ରାମର ଶିବ ଶକ୍ତି କ୍ଲବ ଆନୁକୁଲ୍ୟରେ ସରସରା ଠାରେ ଦୁର୍ଗା ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ସୁଧୀର କୁମାର୍ ନାଏକ, ସମ୍ପାଦକ ପ୍ରଭାସ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଉଦଘାଟନ କରିଥିଲେ | ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଳାକାର ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |