ଉଡୁବିଲିକା ଗ୍ରାମରେ ସଚେତନତା ସଭା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଉଁସୁଣୀ ପୋଲିସ ଷ୍ଟେସନ୍ ଆନୁକୂଲ୍ୟରେ ଉଡୁବିଲିକା ଗ୍ରାମଠାରେ 'ନଶା ମୁକ୍ତ ଭାରତ', ସଡ଼କ ସୁରକ୍ଷା, ସାଇବର ସୁରକ୍ଷା ଏବଂ ପୋକ୍ସୋ (POCSO) ଆଇନ ସମ୍ପର୍କିତ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଇନ୍ସପେକ୍ଟର ମହେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଶା ନିବାରଣ, ସାଇବର ଅପରାଧରୁ ବଞ୍ଚିବାର ଉପାୟ, ସଡ଼କ ସୁରକ୍ଷା ନିୟମ ଏବଂ ଶିଶୁ ସୁରକ୍ଷା ଆଇନ ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।
ଏହାସହ ଗ୍ରାମର ଅନେକ ଭଦ୍ରବ୍ୟକ୍ତି ଓ ୧୦୦ ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତେ "ଗଞ୍ଜେଇ ଚାଷ କରିବୁ ନାହିଁ ଏବଂ ନଶାମୁକ୍ତ ସମାଜ ଗଢ଼ିବୁ" ବୋଲି ସମବେତ ଶପଥ ପାଠ କରିଥିଲେ।
#NashaMuktBharat #RoadSafety #CyberSecurity #POCSO #BaunsuniPolice #OdishaPolice #AwarenessProgram #udubilika