ବୌଦ୍ଧରେ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ପଞ୍ଚଦିବସୀୟ ଇଂରାଜୀ ଭାଷା ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ!
ବୌଦ୍ଧ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ଶତାବ୍ଦୀ ଗୃହଠାରେ 'ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ' (ଭୁବନେଶ୍ୱର) ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଏକ ୫ ଦିନିଆ ଇଂରାଜୀ ଭାଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମଲାଲ ଦୁବେ ଯୋଗଦେଇ ଇଂରାଜୀ ଭାଷାର ବ୍ୟବହାରିକ ଓ ପ୍ରୟୋଗାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ।
ଉକ୍ତ ଉତ୍ସବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କମଳାକାନ୍ତ ଦଳବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଜୟନ୍ତ କୁମାର ପ୍ରଧାନ ମଞ୍ଚାସୀନ ରହିଥିଲେ।
ମଞ୍ଚ ପରିଚାଳନା: ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କର୍ଣ୍ଣ। (ସହଯୋଗ: ସହକାରୀ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପ୍ରବୀଣ କୁମାର ପ୍ରଧାନ)
ମୁଖ୍ୟ ସାଧନ କର୍ମୀ: ରଞ୍ଜନ କୁମାର ସାମଲ ଓ ଜ୍ୟୋତିଷ ମେହେର।
ସାଧନ କର୍ମୀ: ଅର୍ଜୁନ କହଁର, ପ୍ରକାଶ ମେହେର, ସତ୍ୟଜିତ ମିଶ୍ର ଓ ଅମଳ କୁମାର ପ୍ରଧାନ।
ଏହି ତାଲିମ ଶିବିରରେ ଜିଲ୍ଲାର ୬୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଛନ୍ତି।
#Boudh #EducationDepartment #TeacherTraining #EnglishLanguageTraining #OdishaEducation #primaryeducation