ମାନବିକତାର ଜ୍ଵଳନ୍ତ ଉଦାହରଣ ସାଜିଲେ ଗୁରୁଜୀ: ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଲେ ବାସୁଦେବ ପାଢ଼ୀ
ଆଜିର ବ୍ୟସ୍ତବହୁଳ ଓ ସ୍ଵାର୍ଥପର ଦୁନିଆରେ ପୁଣି ଥରେ ଦେଖିବାକୁ ମିଳିଛି ମାନବିକତାର ଏକ ଅନନ୍ୟ ଉଦାହରଣ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶ୍ରଦ୍ଧେୟ ଗୁରୁଜୀ ବାସୁଦେବ ପାଢ଼ୀ ନିଜର ମାନବିକତା ଓ ସହାୟକ ମନୋଭାବ ପାଇଁ ଏବେ ସବୁଠି ପ୍ରଶଂସିତ।
ସୁଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦:୩୦ ମିନିଟ୍ ସମୟରେ ୫୭ ନମ୍ବର ଜାତୀୟ ରାଜପଥର ଚୌରିଆପଦର ନିକଟରେ ରାସ୍ତା ଅଧିକ ଖାଲ ଥିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ବୌଦ୍ଧ ଆଡ଼ୁ ସୋନପୁର ଆସୁଥିବା ଜଣେ ସ୍ୱାମୀ-ସ୍ତ୍ରୀ ରାସ୍ତାର ଖାଲ ଯୋଗୁଁ ନିଜ ସ୍କୁଟିର ଭାରସାମ୍ୟ ହରାଇ ଗାତ ଭିତରେ ପଡ଼ିଯାଇଥିଲେ, ଯାହାଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।
ଠିକ୍ ସେହି ସମୟରେ ବାସୁ ଗୁରୁଜୀ ନିଜ ଘରକୁ ଫେରୁଥିଲେ। ରାସ୍ତା କଡ଼ରେ ଦମ୍ପତିଙ୍କୁ ଆହତ ଅବସ୍ଥାରେ ପଡ଼ିଥିବାର ଦେଖି ଗାଡ଼ି ଅଟକାଇ ରଖିଥିଲେ ଏବଂ ସେ ନିଜ କାର୍ରେ ଉଭୟଙ୍କୁ ବସାଇ ଚିକିତ୍ସା ପାଇଁ ମନମୁଣ୍ଡା ମେଡିକାଲ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ଆହତଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ଘରକୁ ନେଇଥିଲେ।
ବାସୁ ଗୁରୁଜୀଙ୍କ ଏଭଳି ସହଯୋଗୀ ପଦକ୍ଷେପ, ସହାୟତା ଓ ଦରଦୀ ମନୋଭାବ ଯୋଗୁଁ ଦୁଇଟି ଅମୂଲ୍ୟ ଜୀବନ ବଞ୍ଚିପାରିଛି। ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଓ ପ୍ରଶଂସାର ସ୍ରୋତ ଛୁଟୁଛି।
ଗୁରୁଜୀ ବାସୁଦେବ ପାଢ଼ୀଙ୍କ ଏହି ପ୍ରେରଣାଦାୟୀ କାର୍ଯ୍ୟକୁ ଆମ ସମସ୍ତଙ୍କ ପକ୍ଷରୁ କୋଟି କୋଟି ପ୍ରଣାମ!
#BoudhNews #Manamunda #HumanityFirst #RealHero #Inspiration #SaraswatiShishuVidyaMandir #OdishaNews