ହରଭଙ୍ଗା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବୌଦ୍ଧ ଜିଲ୍ଲାପାଳ
ହରଭଙ୍ଗା ବ୍ଲକରେ ଯୁଗ୍ମ ଜନଶୁଣାଣି ପରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କରିଛନ୍ତି।
‘ଏକ ପେଡ୍ ମାଁ କେ ନାମ୍’ ଓ ଭିବିଜି ରାମଜୀ ପ୍ରକଳ୍ପ ଅଧୀନରେ ଜାମୁପଦର, ଯାଜପୁର, ଲୁଣିବାହାଲ ଓ ସାମ୍ପୋଚରେ ଚାଲିଥିବା ବୃକ୍ଷରୋପଣର ସ୍ଥିତି ଯାଞ୍ଚ। ଗଛଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଦୃଢ଼ ନିର୍ଦ୍ଦେଶ।
ସାମ୍ପୋଚ ଗ୍ରାମର ଯୁବକଙ୍କ ଦାବି ପ୍ରକାରେ ପ୍ରସ୍ତାବିତ ଖେଳପଡ଼ିଆ ସ୍ଥଳ ପରିଦର୍ଶନ ଏବଂ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଆଶ୍ୱାସନା।
ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ହରଭଙ୍ଗା BDO କର୍ଣ୍ଣ ସୁନା, DIPRO ବିଦ୍ୟାପତି ପଣ୍ଡା ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
#Boudh #Harabhanga #DevelopmentWorks #EkPedMaaKeNaam #odishanewstoday