ପେଟ୍ରୋଲିଙ୍ଗ୍ ବେଳେ ବଜ୍ରାଘାତ ନେଇଗଲା ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅବକାରୀ ଉପ-ନିରୀକ୍ଷକ (Sub-Inspector) ପୁରୁଷୋତ୍ତମ ବେବର୍ତ୍ତାଙ୍କ ଅସମୟ ମୃତ୍ୟୁ।
ଆଜି ସନ୍ଧ୍ୟାରେ ନିଜ ଷ୍ଟାଫଙ୍କ ସହ କଣ୍ଟାମାଳ ବ୍ଲକ ଗୁଚ୍ଛଗୁରା ଗାଁକୁ ପେଟ୍ରୋଲିଙ୍ଗ ଯାଇଥିବା ବେଳେ ସେ ହଠାତ୍ ବଜ୍ରାଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କର୍ତ୍ତବ୍ୟରତ ଅବସ୍ଥାରେ ଏପରି ଜଣେ ନିଷ୍ଠାପର କର୍ମଚାରୀଙ୍କ ଅଚାନକ ନିପାତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ମୃତ୍ୟୁରେ ଅବକାରୀ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ।
#Boudh #Kantamal #TragicNews #RIP #SadDemise #odishanewstoday