ବୁର୍ଲା ଥାନା ଅନ୍ତର୍ଗତ ଗୋଶାଲା ଛକ ନିକଟରେ ବାଇକ ଓ ମୋପେଡ ମୁହାଁମୁହିଁ ଧକ୍କା, ମୋପେଡ ଚାଳକ ମୃତ୍ୟୁ l ମିଳିଥିବା ସୂଚନା ଅନୁସାରେ ଆଜି 3 ଟା ସମୟରେ ଗୋଶାଲା ନିକଟରେ ଦୁଇ ଗାଡି ମଧ୍ଯରେ ମୁହାଁ ମୁହିଁ ଧକ୍କା ହେଇଥିଲା l ଯାହାଫଳରେ ମୋପେଡ ଚାଳକ ଗାଡ଼ିରୁ ଛିଟିକି ପଡ଼ିଥିଲେ l ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ବୁର୍ଲା ଭୀମସାର କୁ ନେଇଥିଲେ, ହେଲେ ମେଡିକାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ସେପଟେ ବାଇକ ଚାଳକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l