ଜରଡ଼ା ପଞ୍ଚାୟତରେ ସ୍ଵଂୟ ସହାୟିକା ଗୋଷ୍ଠୀଙ୍କୁ ନେଇ ଋଣ ମେଳା ଅନୁଷ୍ଠିତ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ଠାରେ ଅବସ୍ଥାପିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ତରଫରୁ ଜରଡ଼ା ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଆଜି ଅପରାହ୍ନ ଦୁଇ ଘଣ୍ଟା ସମୟରେ ଏକ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ପରିଚାଳକ ସଞ୍ଜୀବ କୁମାର ବେହେରା, ନାଏବ ସରପଞ୍ଚ ମାଧବ ବାଡତ୍ୟା, ବ୍ୟାଙ୍କ ମିତ୍ର ଏମ ଗୌରୀ ଦେବୀ ଜନ ସାକ୍ଷାରତା ତ୍ରିନାଥ ରାଉଳ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ଵୟଂ ସହାୟିକା ଗୋଷ୍ଠୀ ମା ମାନଙ୍କୁ ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀ