ଜରଡା: ପାର୍ବତୀପୂର ଗ୍ରାମରେ ତଳିଘରା ପାଇଁ ବାଧକ ସାଜିଛନ୍ତି ଜଙ୍ଗଲି ବାରାହୀ।
Jarada, Ganjam | Jul 25, 2025 ପାର୍ବତୀପୂର ଗ୍ରାମରେ ତଳିଘରା ପାଇଁ ବାଧକ ସାଜିଛନ୍ତି ଜଙ୍ଗଲି ବାରାହୀ। ଗଞ୍ଜାମ ଜିଲ୍ଲା ସୀମାନ୍ତ ପାତ୍ରପୁର ବ୍ଲକ ବରଙ୍ଗ ପଞ୍ଚାୟତ ଅନ୍ତର୍ଗତ ପାର୍ବତୀ ପୁର ଗ୍ରାମରେ ଚାଷୀ ମାନେ ଧାନମଞ୍ଜୀ ତଥା ତଳିଘରା ପାଇଁ ବାଧକ ସାଜିଛନ୍ତି ଜଙ୍ଗଲି ବାରାହୀ। ଜୁଲାଇ ମାସରେ ଚାଷୀ ମାନେ ଧାନ ବିହନ ବିଲରେ ପକାଇଥିବା ବେଳେ ତଳିଘରା ମାନଙ୍କରେ ଜଙ୍ଗଲି ବାରାହୀ ପଶି ଫସଲ ନଷ୍ଟ କରୁଥିବାରୁ ଚାଷୀ କୂଳ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସେହି ତଳିଘରା ବଞ୍ଚାଇବାକୁ ରାତି ସମୟରେ ଚାଷୀ ଜଗିବା ସହିତ ମାଛ ଜାଲ କିମ୍ବା ମଛାରି ବାନ୍ଧି ଫସରକୁ ଜଙ୍ଗଲି ବାରାହୀ ଦାଉରୁ ରକ୍ଷା କରୁଥିବା ନେଇ ଆ