ଦାମୋଦର ପଲ୍ଲୀରେ ୧୨ ଫୁଟ କିଙ୍ଗ କୋବ୍ରା ଉଧାର। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ପଞ୍ଚାୟତ ଅନ୍ତର୍ଗତ ଦାମୋଦର ପଲ୍ଲୀ ଦିନବନ୍ଧୁ ପ୍ରଧାନଙ୍କ ଗାଇ ଗୁହାଳରୁ ୧୨ ଫୁଟ୍ ଲମ୍ବର ଏକ କିଙ୍ଗ କୋବ୍ରା ସାପ ଉଧାର। ସୂଚନା ଅନୁସାରେ ଆଜି ଅପରାହ୍ନ ସାଢେ଼ ଦୁଇ ଘଣ୍ଟା ସମୟରେ ଦିନବନ୍ଧୁ ଗାଇ ଗୁହାଳ ଭିତରେ କିଙ୍ଗ କୋବ୍ରା ସାପ ଦେଖିବାକୁ ପାଇଥିଲେ। ତୁରନ୍ତ ଚିକିଟୀ ସ୍ନେକ ହେଲ୍ପଲାଇନକୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ଚିକିଟୀ ସ୍ନେକ ହେଲ୍ପଲାଇନ ତରଫରୁ ରାମଚନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଏତେ ବଡ଼ ସାପଟିକୁ