ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଟୋ ଚାଳକ ସଂଘ ମାନଙ୍କୁ ନେଇ ସମ୍ବଲପୁର ଅଟୋ ଚାଳକ ମହାସଂଘ ପକ୍ଷରୁ ବିକ୍ଷୋଭ ସମାବେଶ ଅନୁଷ୍ଠିତ
ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଟୋ ଚାଳକ ସଂଘ ମାନଙ୍କୁ ନେଇ ସମ୍ବଲପୁର ଅଟୋ ଚାଳକ ମହାସଂଘ ପକ୍ଷରୁ ଆଜି ଏକ ବିକ୍ଷୋଭ ସମାବେଶ ସମ୍ବଲପୁର ଜ଼ିଲ୍ଲାପାଙ୍କ କାର୍ଯ୍ୟାଳୟ ନିକଟରେ ରେ ଅନୁଷ୍ଠିତ ହୋଇଯାଇଛି । ଆଜି ଲକ୍ଷ୍ମୀ ଟକିଜ ଛକ ଠାରୁ ଏକ ରାଲି ବାହାରି ଏକ ହଜାର ରୁ ଉର୍ଦ୍ଧ୍ୱ ଅଟୋ ଶୋଭା ଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା । ଏହି ସଭାରେ ସମ୍ବଲପୁରରେ ଥିବା ୫ ହଜାର ଅଟୋ ଚାଳକଙ୍କ ଜୀବନ ଜୀବିକା ଓ ତାଙ୍କ ପରିବାରର ୨୦ ହଜାର ସଦସ୍ୟଙ୍କ ସୁରକ୍ଷା, ଭବିଷ୍ୟତ ପାଇଁ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନିଅ