ହେରାପଞ୍ଚମୀ ଉପଲକ୍ଷେ ଜରଡା ଠାରେ ପ୍ରବଳ ଭିଡ଼। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ପାର୍ଥ ସାରଥି କ୍ଷେତ୍ର ମାଉସୀ ମାଁ ମନ୍ଦିର ଠାରେ ଆଜି ରାତି ସାଢେ଼ ସାତ ଘଣ୍ଟା ସମୟରେ ହେରାପଞ୍ଚମୀ ଉପଲକ୍ଷେ ଜଗନ୍ନାଥ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ୋଇଛି। ଆଜି ମହା ପ୍ରଭୁ ଜଗନ୍ନାଥ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ରାତିରେ ମହାଲକ୍ଷ୍ମୀ କୋପେରେ ରଥ ଭାଙ୍ଗିଥିଲେ। ଆଖପାଖ ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ ମାନେ ଉପସ୍ଥିତ ରହି ହରି ନାମ ସଂକୀର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ଏଥି ସହିତ ଭକ୍ତ ମାନେ ଆଳତି ଦର୍ଶନ କରିବା ସହ ପ୍ରଭୁଙ୍କ ପ୍ରସାଦ ତଥା ଲଡ଼ୁ,ମାଲଫା ଓ ଖି