Public App Logo
Profile Picture

Bouddha times

@bouddhatimes7
1221Followers
0Following
ମାତ୍ର ୪୦ ଟଙ୍କାରେ ପେଟ ପୁରା, ଆଉ ସ୍ଵାଦ ପୁରା ଲାଜବାବ! 

​ଯଦି ଆପଣ ବୌଦ୍ଧ ଜିଲ୍ଲା ସାହାଜପାଲ୍ ଆଡ଼େ ଯାଉଛନ୍ତି, ତେବେ ଏହି ପ୍ରସିଦ୍ଧ ଚାଟ୍‌କୁ ଆଦୌ ମିସ୍ କରନ୍ତୁ ନାହିଁ!
​ମାତ୍ର ୪୦ ଟଙ୍କାରେ ଗୋଟିଏ ପ୍ଲେଟ୍ ଚାଟ୍ ଖାଇଦେଲେ ପେଟ ପୁରା ପୁରିଯିବ। ଆଉ ତାଙ୍କର ସ୍ଵତନ୍ତ୍ର ଚଟଣୀ ଦେଖିଲେ ପାଟିରୁ ସାଙ୍ଗେ ସାଙ୍ଗେ ଲାଳ ଗଡ଼ିଆସିବ! 
ଗ୍ରାହକଙ୍କ ପ୍ରତି ତାଙ୍କର ଭଲପାଇବା ସତରେ ଅତୁଳନୀୟ! ଆପଣ ଯେତେଥର ମାଗିବେ, ସେ ହସି ହସି ମୁଠା ମୁଠା ବାଦାମ ଦେବେ। ପିଆଜ, ବିଟ୍, କାକୁଡ଼ି କିମ୍ବା ମୁଡୁକି—ଆପଣ ଯାହା ମାଗିବେ, ଆଦୌ କୃପଣତା ନକରି ମନଖୋଲି ଦେବେ।
​ଥରେ ଏଠାକାର ଚାଟ୍ ଚାଖିଦେଲେ, ତାର ସ୍ଵାଦ ଆପଣଙ୍କ ଜିଭରେ ରହିଯିବ ଆଉ ପୁଣିଥରେ ଆସିବାକୁ ମନ ବଳାଇବ!
​ସ୍ଥାନ: ସାହାଜପାଲ୍, ବୌଦ୍ଧ ଜିଲ୍ଲା ମୂଲ୍ୟ: ମାତ୍ର ୪୦ ଟଙ୍କା
​ଆଜି ହିଁ ନିଜ ସାଙ୍ଗସାଥୀଙ୍କ ସହ ଯାଆନ୍ତୁ ଆଉ ଏହି ସ୍ଵାଦିଷ୍ଟ ଚାଟ୍‌ର ମଜା ନିଅନ୍ତୁ! 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=sahajpal nis:value=Sahajpal nis:enabled=true nis:link/> <nis:link nis:type=tag nis:id=boudhfamouschat nis:value=BoudhFamousChat nis:enabled=true nis:link/> <nis:link nis:type=tag nis:id=odishafood nis:value=Odishafood nis:enabled=true nis:link/> <nis:link nis:type=tag nis:id=streetfoododisha nis:value=StreetFoodOdisha nis:enabled=true nis:link/> <nis:link nis:type=tag nis:id=foodlover nis:value=FoodLover nis:enabled=true nis:link/> <nis:link nis:type=tag nis:id=desichaat nis:value=DesiChaat nis:enabled=true nis:link/> <nis:link nis:type=tag nis:id=odishatourism nis:value=OdishaTourism nis:enabled=true nis:link/> <nis:link nis:type=tag nis:id=foodieodisha nis:value=FoodieOdisha nis:enabled=true nis:link/>
ସରଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ଉଦ୍‌ଯାପିତ ହେଲା ତିନିଦିନିଆ 'ଆଙ୍ଗନ୍‌ କା ଉତ୍ସବ'
​ବୌଦ୍ଧ ବ୍ଲକ୍‌ ଅନ୍ତର୍ଗତ ସରଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ତିନିଦିନ ବ୍ୟାପୀ ଚାଲିଥିବା 'ଆଙ୍ଗନ୍‌ କା ଉତ୍ସବ' ଆନନ୍ଦ-ଉଲ୍ଲାସ ମଧ୍ୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
​ଏହି କାର୍ଯ୍ୟକ୍ରମ ଅଙ୍ଗନବାଡ଼ି କର୍ମୀ ରାଜଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ପରିଚାଳନାରେ ସମ୍ପନ୍ନ ହୋଇଥିଲା। ଏଥିରେ ସିଡିପିଓ (CDPO) ୟାହିଦା ବେଗମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁ ବିକାଶ ଓ ମାତୃ ମଙ୍ଗଳ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ।
​ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶକୁ ଆଖିଆଗରେ ରଖି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ପ୍ରତିଯୋଗିତା ଏବଂ ସଚେତନତା ମୂଳକ ସଭାର ଆୟୋଜନ କରାଯାଇଥିଲା। କୋମଳମତି ଶିଶୁ ଓ ସ୍ଥାନୀୟ ମା'ମାନଙ୍କର ସକ୍ରିୟ ଭାଗଗ୍ରହଣ କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ ଓ ଆକର୍ଷଣୀୟ କରିତୋଳିଥିଲା।
​ସ୍ଥାନୀୟ ଅବିଭାବକ, ଗ୍ରାମବାସୀ ଓ ଅଙ୍ଗନବାଡ଼ି କର୍ମଚାରୀଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି 'ଆଙ୍ଗନ୍‌ କା ଉତ୍ସବ' ବେଶ୍‌ ସଫଳତାର ସହ ସାଙ୍ଗ ହୋଇଛି।
​<nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=angankautsav nis:value=AnganKaUtsav nis:enabled=true nis:link/> <nis:link nis:type=tag nis:id=anganwadi nis:value=Anganwadi nis:enabled=true nis:link/> <nis:link nis:type=tag nis:id=childdevelopment nis:value=ChildDevelopment nis:enabled=true nis:link/> <nis:link nis:type=tag nis:id=boudhblock nis:value=BoudhBlock nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=communityevents nis:value=communityevents nis:enabled=true nis:link/>
ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ।  ଅକ୍ଟୋବର ମାସକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ପାଇଁ  ଜିଲ୍ଲାପାଳଙ୍କ ଆହ୍ୱାନ l 
ବୌଦ୍ଧଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳ  ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଜୋରିମାନା ସଂଗ୍ରହ, ଜିଲ୍ଲାରେ ଘଟୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ସମ୍ପର୍କିତ ସମୀକ୍ଷା, ଟାସ୍କ ଫୋର୍ସ  କାର୍ଯ୍ୟ, ପୂର୍ବତନ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକର କାର୍ଯ୍ୟବିବରଣୀ ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।  ଆଞ୍ଚଳିକ ପରିବହନ ଅଧିକାରୀ ସୁଶମା ସାହୁ ସମସ୍ତଙ୍କୁ ସ୍ବାଗତ କରି ପାୱାର ପଏଣ୍ଟ ମାଧ୍ୟମରେ ବିଭାଗର କାର୍ଯ୍ୟାବଳୀ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳ କହିଲେ ଯେ, ବୌଦ୍ଧ ଜିଲ୍ଲାବାସୀଙ୍କ ଧନ ଜୀବନ  ସୁରକ୍ଷା ରଖିବା  ଆମର ପ୍ରାଥମିକତା ହେବ ।ଅକ୍ଟୋବର ମାସକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ ମାସ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ବୈଠକରେ ବାଧ୍ୟତାମୂଳକ 
ହେଲମେଟ ପରିଧାନ , ମଦ୍ୟପ ଡ୍ରାଇଭର ମାନଙ୍କୁ ନିୟମିତ ଯାଞ୍ଚ କରି ଜରିମାନା ଆଦାୟ , ରାସ୍ତାରେ  ବାଲି, ମେଟାଲ ଜମା ହେବା,  ଭାରିଯାନ ପାର୍କିଂ, ଗୋରୁ ଗାଈ ନିୟନ୍ତ୍ରଣ ଓ ରାସ୍ତା ରୁ ଜବର ଦଖଲ ଉଚ୍ଛେଦ ପାଇଁ ଆଲୋଚନା ହୋଇଥିଲା। ଏଥିପାଇଁ ପରିବହନ, ପୋଲିସ, ଅବକାରୀ ବିଭାଗ, ପୌର ପରିଷଦ ଓ ତହସିଲଦାର ମିଳିତ ଭାବରେ ପଦକ୍ଷେପ ଗ୍ରହଣ  କରିବେ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ରାସ୍ତା ୧୫  ଦିନ ମଧ୍ୟରେ ମରାମତି କରିବା ପାଇଁ ଆର୍ ଡି, ପୂର୍ତ୍ତ ଓ ଏନ୍ ଏଚ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l  
ସମୀକ୍ଷାରୁ ଜଣାଗଲା ଯେ,  ଚଳିତ ୨୦୨୬ ମସିହାର ପ୍ରଥମ ୮ ମାସ ମଧ୍ୟରେ ଜିଲ୍ଲାରେ ମୋଟ ୭୮୬୮ଟି ଚାଲାଣ କଟାଯାଇଥିବା ବେଳେ ୨ କୋଟି ୦୫ ଲକ୍ଷ ୦୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।ଆରଟିଓ ଙ୍କ ପକ୍ଷରୁ  ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୧୨୫ଟି, ହେଲମେଟ୍ ନ ପିନ୍ଧିବା ପାଇଁ ୨୯୫୫ଟି, ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା ପାଇଁ ୩୦୩୮ଟି ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ପାଇଁ ୧୮୫ଟି ମାମଲା ରୁଜୁ ହେବା ସହ  ୯୪୦ଟି ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିଲା । ସେହିପରି  ପୋଲିସ ପକ୍ଷରୁ ଇ-ଚାଲାଣ ମାଧ୍ୟମରେ ହେଲମେଟ୍ ନ ପିନ୍ଧିବା ପାଇଁ ୧୪୪୨ଟି ଓ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୧୧୧୩ , ମଦ୍ୟପ ଗାଡ଼ି ଚାଳନା ପାଇଁ ୧୨୨ ଟି ଚାଲାଣ କରାଯାଇଥିବା ସୂଚନା ଦିଆଯାଇଥିଲା । ଏ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୫୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୪ ଜଣ ଗୁରୁତର ଆହତ ୧ହୋଇଛନ୍ତି l ଏହି ଅବସରରେ ଦୁର୍ଘଟଣାରୁ ଜୀବନ ରକ୍ଷା କରିଥିବାରୁ ବେଷ୍ଟ୍ ସାମାରିଟାନ ହିସାବରେ ପିପଲକଟା ର ଅଟୋ ଚାଳକ ସୁଦର୍ଶନ ଦେହେରିଙ୍କୁ 
୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା l 
ଏହି ସମୀକ୍ଷା ବୈଠକରେ    ଜିଲ୍ଲା ମୁଖ୍ୟ  ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ତହସିଲଦାର ବୌଦ୍ଧ ଅନିତା କୁମାରୀ ସାହୁ , ଆର୍ ଆଣ୍ଡ ବି  ଯନ୍ତ୍ରି  କୁନା ଚରଣ ସିଂ, ଜିଲ୍ଲା ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ଜିଲ୍ଲା , ଏମ୍‌ଭିଆଇ ସଞ୍ଜୟ କୁମାର ବେହେରା, ଟ୍ରାଫିକ ଇନସ୍ପେକ୍ଟର ଦେବାଶିଷ ନାୟକ,  ଟ୍ରକ୍ ମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର  ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡାଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ 
<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=roadsafety nis:value=RoadSafety nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=roadsafetyawareness nis:value=RoadSafetyAwareness nis:enabled=true nis:link/> <nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/>
ବ୍ଲକ୍ ସ୍ତରୀୟ ଯୁବ ସମ୍ମିଳନୀ 
​'ବେଟି ବଚାଓ, ବେଟି ପଢ଼ାଓ' (BBBP) ଯୋଜନା ଅଧୀନରେ ବୌଦ୍ଧ ଜିଲ୍ଲାର ପଲସାଗୋରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଇ.ସି.ଡି.ଏସ୍ (ICDS) ପ୍ରକଳ୍ପ, କଣ୍ଟାମାଳ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ 'ବ୍ଲକ୍ ସ୍ତରୀୟ ଯୁବ ସମ୍ମିଳନୀ'  ଆୟୋଜିତ ହୋଇଯାଇଛି!  
​ଏହି କାର୍ଯ୍ୟକ୍ରମରେ କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା ଏବଂ ସେମାନଙ୍କର ସଶକ୍ତୀକରଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା।  
​<nis:link nis:type=tag nis:id=betibachaobetipadhao nis:value=BetiBachaoBetiPadhao nis:enabled=true nis:link/> <nis:link nis:type=tag nis:id=youthconclave nis:value=YouthConclave nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=boudhdistrict nis:value=BoudhDistrict nis:enabled=true nis:link/> <nis:link nis:type=tag nis:id=wcd nis:value=WCD nis:enabled=true nis:link/> <nis:link nis:type=tag nis:id=empoweringyouth nis:value=EmpoweringYouth nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/>
ପ୍ରଶାସନିକ ଅବହେଳା! ନିର୍ମାଣ ହୋଇ ବି ଅବ୍ୟବହୃତ, ଲତାବୁଦାରେ ଘୋଡ଼େଇ ହୋଇଛି ଚାଷୀଙ୍କ ସ୍ୱପ୍ନ! 
​ବୌଦ୍ଧ ବ୍ଲକ ଖଳିଆପାଲି ପଞ୍ଚାୟତ ଅନ୍ତର୍ଗତ କୁମରକାନି ଗ୍ରାମରେ ଥିବା 'ମା ଭୈରବୀ ଶୀତଳ ଭଣ୍ଡାର' (Cold Storage) ଆଜି ପ୍ରଶାସନିକ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ!
​ବିଦ୍ୟୁତ୍ ସଂଯୋଗ ହୋଇସାରିଛି, କୋଠା ଘର ମଧ୍ୟ ନିର୍ମାଣ ହୋଇସାରିଛି, ହେଲେ ଦୁଃଖର ବିଷୟ ଏହା ଯେ କାର୍ଯ୍ୟକ୍ଷମ ନହୋଇ ଏହା ଏବେ କୋମାରେ ପଡ଼ିରହିଛି। ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ଶୀତଳ ଭଣ୍ଡାର ପରିସର ଏବେ ଅଗଣିତ ଲତାବୁଦା ଓ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଗଲାଣି।
​ଚାଷୀମାନେ ନିଜର ଅମଳ ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ହଇରାଣ ହେଉଥିବା ବେଳେ, କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଏପରି ନଷ୍ଟ ହେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ, ଶୀତଳ ଭଣ୍ଡାର ପରିସରକୁ ସଫାସୁତୁରା କରି ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ ଏବଂ ଆଞ୍ଚଳିକ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଉ।
​<nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=kumarkani nis:value=Kumarkani nis:enabled=true nis:link/> <nis:link nis:type=tag nis:id=khashiapali nis:value=Khashiapali nis:enabled=true nis:link/> <nis:link nis:type=tag nis:id=maabhairabicoldstorage nis:value=MaaBhairabiColdStorage nis:enabled=true nis:link/> <nis:link nis:type=tag nis:id=farmersissue nis:value=FarmersIssue nis:enabled=true nis:link/> <nis:link nis:type=tag nis:id=boudhdistrictadministration nis:value=BoudhDistrictAdministration nis:enabled=true nis:link/> <nis:link nis:type=tag nis:id=odishagovt nis:value=OdishaGovt nis:enabled=true nis:link/> <nis:link nis:type=tag nis:id=odishafarmers nis:value=OdishaFarmers nis:enabled=true nis:link/> <nis:link nis:type=tag nis:id=publicissues nis:value=PublicIssues nis:enabled=true nis:link/>
ଭାରତୀୟ କିଷାନ ସଂଘର ପ୍ରସ୍ତୁତି ବୈଠକ: ଆସନ୍ତା ନଭେମ୍ବର ୨ରେ 'ଚାଷୀ ଗର୍ଜନ ସମାବେଶ'
<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=bharatiyakisansangh nis:value=BharatiyaKisanSangh nis:enabled=true nis:link/> <nis:link nis:type=tag nis:id=farmerprotest nis:value=FarmerProtest nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=kisansamavesh nis:value=KisanSamavesh nis:enabled=true nis:link/>
ସେବତୀ ଭୋଇଙ୍କ ସଫଳତାର କାହାଣୀ: ଦାଦନ ଦୁଃଖରୁ ସ୍ୱାବଲମ୍ବୀ
​ବୌଦ୍ଧ ବ୍ଲକ୍‌ କାସଲପୁର ଗ୍ରାମର ସେବତୀ ଭୋଇ ଦିନେ ଆର୍ଥିକ ଅନାଟନ ଯୋଗୁଁ ପୁଅକୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଠାଇବାକୁ ବାଧ୍ୟ ହୋଇଥିଲେ। ମାତ୍ର, ଉଦ୍ୟାନ କୃଷି ବିଭାଗର MIDH ଯୋଜନା ଓ ‘ମସରୁମ୍ ମିସନ୍’ ସହାୟତାରେ ଛତୁ ଚାଷ ୟୁନିଟ୍ ସ୍ଥାପନ କରି ସେ ଆଜି ନିଜ ମାଟିରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି।
​ବର୍ଷସାରା ଚାଷ: ଖରା ଓ ବର୍ଷା ଦିନେ ପାଳ ଛତୁ ଏବଂ ଶୀତ ଦିନେ ଧିଙ୍ଗରି ଓ ବଟମ୍ ଛତୁ ଚାଷ।
​ବାର୍ଷିକ ଆୟ: ସବୁ ଖର୍ଚ୍ଚ କାଟି ବାର୍ଷିକ ୩ରୁ ୪ ଲକ୍ଷ ଟଙ୍କାର ନିଟ୍ ଲାଭ।
​ସାମାଜିକ ପ୍ରଭାବ: ପରିବାର ଆତ୍ମନିର୍ଭରଶୀଳ ହେବା ସହ ପୁଅର ଦାଦନ ଯାତ୍ରାରେ ଅନ୍ତ ଘଟିଛି।
​ଏହି ସଫଳତା ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉଦ୍ୟାନ କୃଷି ବିଭାଗ ଓ ବୌଦ୍ଧ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ସେବତୀଙ୍କ ନିଷ୍ଠା ଆଜି ସ୍ୱାବଲମ୍ବୀ ଓଡ଼ିଶାର ଏକ ପ୍ରେରଣାଦାୟୀ ଉଦାହରଣ।

<nis:link nis:type=tag nis:id=ସେବତୀଭୋଇ nis:value=ସେବତୀଭୋଇ nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=successstory nis:value=SuccessStory nis:enabled=true nis:link/> <nis:link nis:type=tag nis:id=womenentrepreneur nis:value=WomenEntrepreneur nis:enabled=true nis:link/> <nis:link nis:type=tag nis:id=mushroomcultivation nis:value=MushroomCultivation nis:enabled=true nis:link/> <nis:link nis:type=tag nis:id=horticulture nis:value=Horticulture nis:enabled=true nis:link/> <nis:link nis:type=tag nis:id=selfreliantodisha nis:value=SelfReliantOdisha nis:enabled=true nis:link/> <nis:link nis:type=tag nis:id=ଆତ୍ମନିର୍ଭରଓଡ଼ିଶା nis:value=ଆତ୍ମନିର୍ଭରଓଡ଼ିଶା nis:enabled=true nis:link/>
ବମଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନ୍ କା ଉତ୍ସଵ ଅନୁଷ୍ଠିତ 
କୋମଳମତି ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ଓ ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସଦା ସର୍ବଦା ତତ୍ପର।
​ଉତ୍ତମ ପ୍ରାକ୍-ବିଦ୍ୟାଳୟ ଶିକ୍ଷା 
​ପୃଷ୍ଟିକର ଆହାର ଓ ସ୍ୱାସ୍ଥ୍ୟ ଯତ୍ନ 
​ମା' ଓ ଶିଶୁଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା 
​ଆସନ୍ତୁ, ସମସ୍ତେ ମିଶି ଆମ କୋମଳମତି ଶିଶୁମାନଙ୍କୁ ଏକ ସୁସ୍ଥ, ସୁନ୍ଦର ଓ ଉଜ୍ଜ୍ୱଳ ଭବିଷ୍ୟତ ଦେବା।
​<nis:link nis:type=tag nis:id=bamandaanganwadi nis:value=BamandaAnganwadi nis:enabled=true nis:link/> <nis:link nis:type=tag nis:id=anganwadikendra nis:value=AnganwadiKendra nis:enabled=true nis:link/> <nis:link nis:type=tag nis:id=childcare nis:value=ChildCare nis:enabled=true nis:link/> <nis:link nis:type=tag nis:id=nutritionandhealth nis:value=NutritionAndHealth nis:enabled=true nis:link/> <nis:link nis:type=tag nis:id=odishachildcare nis:value=OdishaChildCare nis:enabled=true nis:link/> <nis:link nis:type=tag nis:id=communitydevelopment nis:value=CommunityDevelopment nis:enabled=true nis:link/>
ବୌଦ୍ଧରୁ ବଦଳୁଛି ଜୀବନ, ସୁଭଦ୍ରା ଯୋଜନାରୁ ସଫଳତାର ନୂଆ କାହାଣୀ! 
​ବୌଦ୍ଧ ଜିଲ୍ଲା ମୁରୁସୁଣ୍ଢୀ ଗ୍ରାମର ସୁନୀ ଗୌଡ଼ ଆଜି ମହିଳା ଆତ୍ମନିର୍ଭରତାର ଜଣେ ପ୍ରେରଣାଦାୟୀ ଉଦାହରଣ।
​ପୂର୍ବରୁ ସୀମିତ ସମ୍ବଳ ଯୋଗୁଁ ଛୋଟ ଦୋକାନଟିଏ ଚଳାଇ ପରିବାର ପ୍ରତିପୋଷଣ କରିବାରେ ବହୁ ଅସୁବିଧା ହେଉଥିଲା। କିନ୍ତୁ 'ସୁଭଦ୍ରା ଯୋଜନା'ରୁ ମିଳିଥିବା ଆର୍ଥିକ ସହାୟତାକୁ ସଠିକ୍ ଭାବେ ବିନିଯୋଗ କରି ସେ ନିଜ ଦୋକାନରେ ଫ୍ରିଜର୍ ଓ ସିଲାଇ ମେସିନ୍ ଆଦି ଯୋଡ଼ି ବ୍ୟବସାୟର କଳେବର ବୃଦ୍ଧି କରିଛନ୍ତି।
​"ଆଗକୁ ଆହୁରି ପରିଶ୍ରମ କରି ଦୋକାନକୁ ଆହୁରି ବଡ଼ କରିବି।" — ସୁନୀ ଗୌଡ଼
​ସୁଭଦ୍ରା ଯୋଜନା ଆଜି ଓଡ଼ିଶାର ନାରୀଶକ୍ତିକୁ ଦେଉଛି ନୂଆ ଆଶା, ସ୍ୱାବଲମ୍ବନ ଓ ସମୃଦ୍ଧିର ପଥ।
​<nis:link nis:type=tag nis:id=ସୁଭଦ୍ରା nis:value=ସୁଭଦ୍ରା nis:enabled=true nis:link/> <nis:link nis:type=tag nis:id=ସୁଭଦ୍ରାଯୋଜନା nis:value=ସୁଭଦ୍ରାଯୋଜନା nis:enabled=true nis:link/> <nis:link nis:type=tag nis:id=ବୌଦ୍ଧ nis:value=ବୌଦ୍ଧ nis:enabled=true nis:link/> <nis:link nis:type=tag nis:id=ମହିଳାସଶକ୍ତିକରଣ nis:value=ମହିଳାସଶକ୍ତିକରଣ nis:enabled=true nis:link/> <nis:link nis:type=tag nis:id=ଆତ୍ମନିର୍ଭରତା nis:value=ଆତ୍ମନିର୍ଭରତା nis:enabled=true nis:link/> <nis:link nis:type=tag nis:id=ପରିବର୍ତ୍ତନରସ୍ୱର nis:value=ପରିବର୍ତ୍ତନରସ୍ୱର nis:enabled=true nis:link/> <nis:link nis:type=tag nis:id=subhadra nis:value=Subhadra nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=womenempowerment nis:value=WomenEmpowerment nis:enabled=true nis:link/>
ଚୋରି ମାମଲାରେ ଅଭିଯୁକ୍ତ ଗିରଫ 
​ବୌଦ୍ଧ ମଡେଲ୍ ଥାନା ଅନ୍ତର୍ଗତ ଗାନ୍ଧୀ ଛକ ଏବଂ ବିଟୁପାଲି ଅଞ୍ଚଳର ବିଭିନ୍ନ ଦୋକାନରୁ ସିରିଜ୍ ଚୋରି ଘଟଣାରେ ପୋଲିସକୁ ବଡ଼ ସଫଳତା।
​ଉକ୍ତ ମାମଲାରେ ଅଭିଯୁକ୍ତ ରଞ୍ଜନ ନାଏକ (ପିତା: ନଟ ନାଏକ, ଗ୍ରାମ: ବାପୁଜୀନଗର, ବୌଦ୍ଧ)ଙ୍କୁ ଗିରଫ କରାଯାଇ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି।
​<nis:link nis:type=tag nis:id=boudhpolice nis:value=BoudhPolice nis:enabled=true nis:link/> <nis:link nis:type=tag nis:id=crimeupdate nis:value=CrimeUpdate nis:enabled=true nis:link/> <nis:link nis:type=tag nis:id=lawandorder nis:value=LawAndOrder nis:enabled=true nis:link/> <nis:link nis:type=tag nis:id=boudhdistilleries nis:value=boudhdistilleries nis:enabled=true nis:link/>
ଗୃହିଣୀରୁ ସଫଳ ଉଦ୍ୟୋଗୀ: ବୌଦ୍ଧରୁ ପରିବର୍ତ୍ତନର ସ୍ୱର! 
​ସରକାରୀ ଯୋଜନାର ସଫଳ ପ୍ରୟୋଗ କିପରି ଜୀବନ ବଦଳାଇପାରେ, ତାହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ବେବି ମେହେର।
​ସେ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ର ସହାୟତାରେ ପ୍ରାୟ ₹୧.୧୦ କୋଟି ବିନିଯୋଗ କରି ୧୬,୦୦୦ ବ୍ରଏଲର୍ କୁକୁଡ଼ା କ୍ଷମତା ବିଶିଷ୍ଟ ଏକ ଆଧୁନିକ ଫାର୍ମ ପ୍ରତିଷ୍ଠା କରିଛନ୍ତି।
​ଆଜି ସେ କେବଳ ନିଜେ ଆତ୍ମନିର୍ଭର ହୋଇନାହାନ୍ତି, ବରଂ ୬ଟି ପରିବାରକୁ ନିୟମିତ ରୋଜଗାର ଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହି ସଫଳତା ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ପ୍ରାଣୀ ସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।
​ଯୋଜନାରୁ ସଶକ୍ତିକରଣ — ବୌଦ୍ଧରେ ଲେଖାହେଉଛି ଆତ୍ମନିର୍ଭରତାର ନୂଆ ଗାଥା! 
​<nis:link nis:type=tag nis:id=ପରିବର୍ତ୍ତନରସ୍ୱର nis:value=ପରିବର୍ତ୍ତନରସ୍ୱର nis:enabled=true nis:link/> <nis:link nis:type=tag nis:id=ବୌଦ୍ଧ nis:value=ବୌଦ୍ଧ nis:enabled=true nis:link/> <nis:link nis:type=tag nis:id=ଆତ୍ମନିର୍ଭରଓଡ଼ିଶା nis:value=ଆତ୍ମନିର୍ଭରଓଡ଼ିଶା nis:enabled=true nis:link/> <nis:link nis:type=tag nis:id=ମହିଳାସଶକ୍ତିକରଣ nis:value=ମହିଳାସଶକ୍ତିକରଣ nis:enabled=true nis:link/> <nis:link nis:type=tag nis:id=କୃଷିଉଦ୍ୟୋଗ nis:value=କୃଷିଉଦ୍ୟୋଗ nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=womenentrepreneur nis:value=WomenEntrepreneur nis:enabled=true nis:link/> <nis:link nis:type=tag nis:id=selfreliantodisha nis:value=SelfReliantOdisha nis:enabled=true nis:link/>
ପବିତ୍ର ଦଶହରା ଅବସରରେ ଖୁଟବନ୍ଦରେ ଜମିବ ସାଂସ୍କୃତିକ ମାହୋଲ! 
​ବୌଦ୍ଧ ଜିଲ୍ଲା ଖୁଟବନ୍ଧ ରେ ଆୟୋଜିତ ହେବାକୁ ଯାଉଛି ଭବ୍ୟ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ "ରାବଣ ଦରବାର"! 
​🗓 ତାରିଖ: ଆସନ୍ତା ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ
📍 ସ୍ଥାନ: ଖୁଟବନ୍ଧ, ବୌଦ୍ଧ
​ଦୁଲୁକିବ ଗାଁ, ପ୍ରକମ୍ପିତ ହେବ ସାରା ପରିବେଶ! ରାବଣର ପ୍ରଚଣ୍ଡ ଅଟ୍ଟହାସ୍ୟ, ପୌରାଣିକ ଦୃଶ୍ୟକାବ୍ୟ ଏବଂ ମନୋମୁଗ୍ଧକର ସାଂସ୍କୃତିକ ପରିବେଷଣ ଆପଣଙ୍କୁ ବିଭୋର କରିଦେବ। 
​ଆସନ୍ତୁ, ନିଜ ପରିବାର ଓ ବନ୍ଧୁଜନଙ୍କ ସହ ଯୋଗଦେଇ ଏହି ସାଂସ୍କୃତିକ ମହାପର୍ବର ଆନନ୍ଦ ନେବା! 
​<nis:link nis:type=tag nis:id=ଦଶହରା୨୦୨୬ nis:value=ଦଶହରା୨୦୨୬ nis:enabled=true nis:link/> <nis:link nis:type=tag nis:id=ଖୁଟବନ୍ଦ nis:value=ଖୁଟବନ୍ଦ nis:enabled=true nis:link/> <nis:link nis:type=tag nis:id=ବୌଦ୍ଧ nis:value=ବୌଦ୍ଧ nis:enabled=true nis:link/> <nis:link nis:type=tag nis:id=ରାବଣଦରବାର nis:value=ରାବଣଦରବାର nis:enabled=true nis:link/> <nis:link nis:type=tag nis:id=ସାଂସ୍କୃତିକ_କାର୍ଯ୍ୟକ୍ରମ nis:value=ସାଂସ୍କୃତିକ_କାର୍ଯ୍ୟକ୍ରମ nis:enabled=true nis:link/> <nis:link nis:type=tag nis:id=dussehraspecial nis:value=DussehraSpecial nis:enabled=true nis:link/> <nis:link nis:type=tag nis:id=boudhdiaries nis:value=BoudhDiaries nis:enabled=true nis:link/> <nis:link nis:type=tag nis:id=odishaculture nis:value=OdishaCulture nis:enabled=true nis:link/> <nis:link nis:type=tag nis:id=festivalvibes nis:value=FestivalVibes nis:enabled=true nis:link/>
ଖୁଣ୍ଟବନ୍ଧରେ ଦୁର୍ଗାପୂଜା ଓ ରାବଣ ଦରବାର ପାଇଁ ପ୍ରସ୍ତୁତି: 'ରାବଣ ବରଣ' ସମ୍ପନ୍ନ 
​ବୌଦ୍ଧ ବ୍ଲକ୍‌ ଅନ୍ତର୍ଗତ ଖୁଣ୍ଟବନ୍ଧ ଠାରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବ୍ୟାପକ ଆୟୋଜନ କରାଯାଉଛି। ଏହି ଅବସରରେ ଆସନ୍ତା ଅକ୍ଟୋବର ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ମଞ୍ଚସ୍ଥ ହେବାକୁ ଯାଉଛି ଆକର୍ଷଣୀୟ 'ରାବଣ ଦରବାର'।
​ଏଥିରେ ବରିଷ୍ଠ କଳାକାର ଶ୍ରୀ ମନୋଜ କୁମାର ମହାନ୍ତି ରାବଣ ଭୂମିକାରେ ନିଜର ଜୀବନ୍ତ ଅଭିନୟ ପରିବେଷଣ କରିବେ। ଏଥିପାଇଁ ରାବଣ କମିଟି ପକ୍ଷରୁ ତାଙ୍କୁ ବିଧିବଦ୍ଧ ଭାବେ 'ରାବଣ ବରଣ' କରାଯାଇଛି। ​କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଗୋଟିଏ ପଟେ ନବାହ ପାରାୟଣ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନ୍ୟପଟେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାମାଜିକ ନାଟକ ପରିବେଷିତ ହେବ। ଆସନ୍ତା ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ନିରନ୍ତର ଭାବେ ଚାଲୁରହିବ।
​ଆସନ୍ତୁ, ଏହି ଭବ୍ୟ ଆୟୋଜନରେ ସାମିଲ ହୋଇ ମା' ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିବା!
​<nis:link nis:type=tag nis:id=durgapuja nis:value=DurgaPuja nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=ravanadarbar nis:value=RavanaDarbar nis:enabled=true nis:link/> <nis:link nis:type=tag nis:id=khuntabandha nis:value=Khuntabandha nis:enabled=true nis:link/> <nis:link nis:type=tag nis:id=odishafestivals nis:value=OdishaFestivals nis:enabled=true nis:link/> <nis:link nis:type=tag nis:id=cultureofodisha nis:value=cultureofodisha nis:enabled=true nis:link/>
ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର; ଗୋଟିଏ ଆଖି ନଷ୍ଟ, ସୋନପୁର ଡାକ୍ତରଖାନା ସ୍ଥାନାନ୍ତର
ବରଗୋଚ୍ଛା ପଞ୍ଚାୟତ ଶିଗାଡି ଗ୍ରାମର ଛେଳି ଚରାଳି ନବୀନ ମଲ୍ଲିକ (୫୦) ଗାଁ ନିକଟରେ ଛେଳି ଚରାଉଥିବା ସମୟରେ ୪ଟି ଭାଲୁଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣରେ ତାଙ୍କ ମୁହଁ ସମେତ ବିଭିନ୍ନ ଅଙ୍ଗ ଗୁରୁତର କ୍ଷତାକ୍ତ ହୋଇଛି ଏବଂ ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।
​ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିବା ବେଳେ ସାମ୍ବାଦିକ ବୈଦ୍ୟନାଥ ହୋତାଙ୍କ ସୂଚନା ଆଧାରରେ ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରା ବନପାଳ ଦିଗାମ୍ବର ପ୍ରଧାନ ଓ ଷ୍ଟାଫଙ୍କୁ ସେଠାକୁ ପଠାଇଥିଲେ। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସୋନପୁର ଡାକ୍ତରଖାନାକୁ ପଠାଯାଇଛି। ରେଞ୍ଜ ଅଧିକାରୀ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସରକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି ଏବଂ ଅଞ୍ଚଳରେ ବନ ବିଭାଗର ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି
<nis:link nis:type=tag nis:id=bearattack nis:value=BearAttack nis:enabled=true nis:link/> <nis:link nis:type=tag nis:id=manamunda nis:value=Manamunda nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=subarnapur nis:value=Subarnapur nis:enabled=true nis:link/> <nis:link nis:type=tag nis:id=sonepur nis:value=Sonepur nis:enabled=true nis:link/> <nis:link nis:type=tag nis:id=wildanimalattack nis:value=WildAnimalAttack nis:enabled=true nis:link/> <nis:link nis:type=tag nis:id=odishaforestdepartment nis:value=OdishaForestDepartment nis:enabled=true nis:link/> <nis:link nis:type=tag nis:id=breakingnewsodisha nis:value=BreakingNewsOdisha nis:enabled=true nis:link/> <nis:link nis:type=tag nis:id=animalattacks nis:value=animalattacks nis:enabled=true nis:link/>
ବୌଦ୍ଧ ଜିଲ୍ଲାର ପୂର୍ବତନ ସୈନିକ ତଥା ସଂଘର ପୂର୍ବତନ ସଂପାଦକ ରଞ୍ଜିତ ଅମାତ୍‌ଙ୍କ ପରଲୋକ
​ବୌଦ୍ଧ ଜିଲ୍ଲା ପୂର୍ବତନ ସୈନିକ ଭେଟେରାନ୍ସ ସଂଘର ପୂର୍ବତନ ସମ୍ପାଦକ, ଭାରତୀୟ ସ୍ଥଳସେନାର ଅବସରପ୍ରାପ୍ତ ହାବିଲଦାର ରଞ୍ଜିତ ଅମାତ୍‌ (୫୫)ଙ୍କର ଦୁଃଖଦ ପରଲୋକ ହୋଇଯାଇଛି। ସେ ଦୀର୍ଘ ୫-୬ ଦିନ ଧରି ଭୁବନେଶ୍ୱରର ସମ୍ ଅଲ୍ଟିମେଟମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ (ରବିବାର) ସକାଳ ୧୧ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
​ଗତକଲି ସକାଳେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱରରୁ ପୈତୃକ ଗ୍ରାମ ଗିରାସିଂଗା (ମର୍ଜାଦପୁର)ରେ ପହଞ୍ଚିବା ପରେ ସଂଘର କର୍ମକର୍ତ୍ତା, ସଦସ୍ୟ, ପରିବାରବର୍ଗ ଓ ଗ୍ରାମବାସୀ ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂଘ ପକ୍ଷରୁ ପାର୍ଥିବ ଶରୀର ଉପରେ ଜାତୀୟ ପତାକା ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ତେବେ ଏହି ସମୟରେ ଜିଲ୍ଲା ପ୍ରଶାସନର କୌଣସି ପ୍ରତିନିଧି ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା।
​ସ୍ୱର୍ଗତ ଅମାତ୍ ସେନାର ସିଗ୍ନାଲ କୋରରେ ୨୨ ବର୍ଷ ସେବା କରିବା ପରେ ଅବସର ନେଇଥିଲେ। ଚାକିରି ପଛରେ ନ ଦୌଡ଼ି ନିଜ ଗ୍ରାମରେ ଚାଷବୃତ୍ତି କରି ଜୀବିକା ନିର୍ବାହ କରୁଥିଲେ। ସରସରାରେ ସୈନିକ ସଂଘର କାର୍ଯ୍ୟାଳୟ ଗୃହ ନିର୍ମାଣରେ ତାଙ୍କର ପ୍ରମୁଖ ଯୋଗଦାନ ଥିଲା। ତାଙ୍କ ବିୟୋଗରେ ସଂଘ ଜଣେ ସଚ୍ଚୋଟ ସାଥୀଙ୍କୁ ହରାଇଲା ବୋଲି ସୁବେଦାର ଲଳିତ କୁମାର ସାହୁ ମତବ୍ୟକ୍ତ କରିଛନ୍ତି।
​ମୃତ୍ୟୁବେଳକୁ ସେ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ପ୍ରଦାନ ପାଇଁ ମା’ ଭୈରବୀଙ୍କ ନିକଟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା
ମୁଖ୍ୟ ନିର୍ବାଚନ କମିଶନରଙ୍କ ପଦରୁ ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଓଡ଼ିଶା ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। 
​<nis:link nis:type=tag nis:id=districtcongresscommittee nis:value=DistrictCongressCommittee nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=protest nis:value=Protest nis:enabled=true nis:link/> <nis:link nis:type=tag nis:id=odishacongress nis:value=OdishaCongress nis:enabled=true nis:link/> <nis:link nis:type=tag nis:id=congress nis:value=Congress nis:enabled=true nis:link/>
ଜାତୀୟ ରାଜପଥ ସାଜିଛି ମରଣ ଯନ୍ତା: ତୁରନ୍ତ ମରାମତି ପାଇଁ ଦାବୀ   
​ବୌଦ୍ଧ-ମନମୁଣ୍ଡା ଜାତୀୟ ରାଜପଥର ମେହେରୁଣୀ ପୋଲର ଦୁଇ ପାଖରେ ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇ ପ୍ରତିଦିନ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ଜାତୀୟ ରାଜପଥ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଆଜି ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲେ ବି ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ସମ୍ପୂର୍ଣ୍ଣ ନୀରବ।  
​ପୋଲ ନିକଟରେ ଥିବା ଏହି ବିପଜ୍ଜନକ ଖାଲ ଯୋଗୁଁ ଯାତ୍ରୀ, ଗାଡ଼ି ଚାଳକ ଏବଂ ସ୍ଥାନୀୟ ଲୋକେ ପ୍ରତିମୁହୂର୍ତ୍ତରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। କୌଣସି ବଡ଼ ଧରଣର ଅପ୍ରୀତିକର ଘଟଣା କିମ୍ବା ଜୀବନହାନି ଘଟିବା ପୂର୍ବରୁ ଏହି ରାସ୍ତା ଏବଂ ପୋଲ ଦୁଇ ପାଖର ତୁରନ୍ତ ମରାମତି କରିବା ପାଇଁ ଆମେ ଦୃଢ଼ ଦାବୀ କରୁଛୁ। ​ପ୍ରଶାସନ ତୁରନ୍ତ କୁମ୍ଭକର୍ଣ୍ଣ ନିନ୍ଦ୍ରାରୁ ଚେତି ଏହି ସମସ୍ୟାର ସ୍ଥାୟୀ ସମାଧାନ କରୁ, ନଚେତ୍ ଆଗାମୀ ଦିନରେ ବାଧ୍ୟ ହୋଇ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ।  
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=manamunda nis:value=Manamunda nis:enabled=true nis:link/> <nis:link nis:type=tag nis:id=roadsafety nis:value=RoadSafety nis:enabled=true nis:link/> <nis:link nis:type=tag nis:id=bridgerepair nis:value=BridgeRepair nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=publicdemand nis:value=PublicDemand nis:enabled=true nis:link/> <nis:link nis:type=tag nis:id=nhairoads nis:value=NHAIRoads nis:enabled=true nis:link/> <nis:link nis:type=tag nis:id=protestforsafety nis:value=ProtestForSafety nis:enabled=true nis:link/> <nis:link nis:type=tag nis:id=odisharoads nis:value=OdishaRoads nis:enabled=true nis:link/>
ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ 
​ନାବାର୍ଡ (NABARD) ର ଆୟୋଜନରେ ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର କୃଷକ ଉତ୍ପାଦକ ସଂଗଠନ (FPO) ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ​ଏହି ବୈଠକରେ ଦୁଇ ଜିଲ୍ଲାର କୃଷକ ଉତ୍ପାଦକ ସଂଗଠନର କର୍ମକର୍ତ୍ତା ଓ ଚାଷୀ ଭାଇଭଉଣୀମାନେ ଯୋଗଦେଇ କୃଷିର ବିକାଶ, ଉତ୍ପାଦିତ ସାମଗ୍ରୀର ସଠିକ୍ ବଜାର ପ୍ରବେଶ, ବ୍ୟବସାୟିକ ଅଭିବୃଦ୍ଧି ଏବଂ ଚାଷୀମାନଙ୍କ ରୋଜଗାର ବୃଦ୍ଧି ନେଇ ବିସ୍ତୃତ ଆଲୋଚନା କରିଥିଲେ l ​କୃଷି ଓ କୃଷକଙ୍କ ସମୃଦ୍ଧି ପାଇଁ ନାବାର୍ଡର ଏହି ପ୍ରଶଂସନୀୟ ପ୍ରୟାସ ନିଶ୍ଚିତ ଭାବରେ ଆମ ଚାଷୀ ଭାଇମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବ। 
​<nis:link nis:type=tag nis:id=nabard nis:value=NABARD nis:enabled=true nis:link/> <nis:link nis:type=tag nis:id=kvksubarnapur nis:value=KVKSubarnapur nis:enabled=true nis:link/> <nis:link nis:type=tag nis:id=farmersfirst nis:value=FarmersFirst nis:enabled=true nis:link/> <nis:link nis:type=tag nis:id=fpo nis:value=FPO nis:enabled=true nis:link/> <nis:link nis:type=tag nis:id=agridevelopment nis:value=AgriDevelopment nis:enabled=true nis:link/> <nis:link nis:type=tag nis:id=odishaagriculture nis:value=OdishaAgriculture nis:enabled=true nis:link/> <nis:link nis:type=tag nis:id=subarnapur nis:value=Subarnapur nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/>
ଆଜି ବିଶ୍ବ ଦରବାର ତୃତୀୟ ରଜନୀ ଜମଟାଙ୍ଗୀ ଯାତ୍ରା ପଡିଆରେ ଚାରିଧାମ ତୋ ପାଦତଳେ
ବନ୍ୟା ଜଳରେ ଗାଁ ମୁହାଁ କୁମ୍ଭୀର: ଚିନ୍ତାରେ ଚାଷୀ ଓ ଗ୍ରାମବାସୀ!
​ମହାନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ସାତକୋଶିଆ ଗଣ୍ଡରୁ ଏକ ପ୍ରାୟ ୧୦ ଫୁଟର କୁମ୍ଭୀର ଚାଷ ଜମି, ନାଳ ଓ ବିଲ ଭିତରକୁ ପଶି ଆସିଥିବା ଦେଖିବାକୁ ମିଳିଛି। ଏହାଯୋଗୁଁ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।  
​ତୁରନ୍ତ ଏହା ଉପରେ ଧ୍ୟାନ ଦେଇ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ବନବିଭାଗକୁ ନିବେଦନ କରାଯାଉଛି।  
​<nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=crocodilealert nis:value=CrocodileAlert nis:enabled=true nis:link/> <nis:link nis:type=tag nis:id=mahanadiflood nis:value=MahanadiFlood nis:enabled=true nis:link/> <nis:link nis:type=tag nis:id=wildlife nis:value=Wildlife nis:enabled=true nis:link/> <nis:link nis:type=tag nis:id=satkosia nis:value=Satkosia nis:enabled=true nis:link/> <nis:link nis:type=tag nis:id=baudh nis:value=Baudh nis:enabled=true nis:link/> News
ବୌଦ୍ଧ ପୋଲିସ ଦ୍ୱାରା ବେଆଇନ ଦେଶୀ ମଦ ଜବତ, ଜଣେ ଗିରଫ 
​ବୌଦ୍ଧ ଥାନା NH-57ନ ଜାତୀୟ ରାଜପଥ ସାଲକି ନଦୀ ବ୍ରିଜ୍ ମଜ୍ୟାଦାପୁର ଗ୍ରାମ ନିକଟରେ ଏକ ବୋଲେରୋ ଗାଡ଼ି (OR-06-C-3369) କୁ ଅଟକାଇ ଯାଞ୍ଚ କରିଥିଲେ।
​ଯାଞ୍ଚ ସମୟରେ ବୀରନରସିଂହପୁର ଗ୍ରାମର ଅଭିଯୁକ୍ତ ପ୍ରଭାତ ଡ଼ାଙ୍ଗଙ୍କ ହେପାଜତରୁ ପ୍ରାୟ ୩୫୦ ଲିଟର ବେଆଇନ ଦେଶୀ ମଦ ସହ ବୋଲେରୋ ଗାଡ଼ିଟିକୁ ଜବତ କରାଯାଇଛି।
​ଏହି ସଂକ୍ରାନ୍ତରେ ବୌଦ୍ଧ ଥାନା କେସ୍ ନଂ ୪୫୩/୨୦୨୬ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆଜି ଅଭିଯୁକ୍ତଙ୍କୁ ମାନ୍ୟବର ଅଦାଲତରେ ହାଜର କରାଯିବ ଇନେଇ ବୌଦ୍ଧ ଜିଲ୍ଲା ପୋଲିସ ସୁଚନା ଦେଇଛନ୍ତି 
​<nis:link nis:type=tag nis:id=boudhpolice nis:value=BoudhPolice nis:enabled=true nis:link/> <nis:link nis:type=tag nis:id=crimeupdate nis:value=CrimeUpdate nis:enabled=true nis:link/> <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/> <nis:link nis:type=tag nis:id=lawandorder nis:value=LawAndOrder nis:enabled=true nis:link/>
ବୌଦ୍ଧ: ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଧୁମଧାମରେ ପାଳିତ ହେଲା ‘ଅଙ୍ଗନ କା ଉତ୍ସବ’ 
​ବୌଦ୍ଧ ଜିଲ୍ଲା କଣ୍ଟାମାଳ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ICDS) ଅଧୀନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ‘ଅଙ୍ଗନ କା ଉତ୍ସବ’ ଅତ୍ୟନ୍ତ ଆନନ୍ଦଉଲ୍ଲାସ ସହ ପାଳିତ ହୋଇଯାଇଛି।
​ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସହିତ ସେମାନଙ୍କର ବାପା-ମା’ ଓ ଅଭିଭାବକମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଶିଶୁଙ୍କ ପୁଷ୍ଟି, ସୁସ୍ଥତା ଏବଂ ଆରୋଗ୍ୟପୂର୍ଣ୍ଣ ଭବିଷ୍ୟତ ଗଠନରେ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।
​
🔹 ରୁଗୁଡ଼ିପାଳି, ଜାଲପାଳି ଓ ଖଟଖଟିଆ-୨ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପୌଷ୍ଟିକ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ।
🔹 ଅଭିଭାବକମାନେ ନିଜ ନିଜ ଘରୁ ସୁସ୍ଥ ଓ ପୌଷ୍ଟିକ ଖାଦ୍ୟ ଆଣି ପ୍ରଦର୍ଶନ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରର ସେବାଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ।
🔹 ଶିଶୁଙ୍କ ସୁସ୍ଥତା ପାଇଁ ସମାଜର ପ୍ରତ୍ୟେକ ବର୍ଗଙ୍କ ସମନ୍ୱିତ ପ୍ରୟାସ ନିହାତି ଆବଶ୍ୟକ ବୋଲି ଗୁରୁତ୍ୱ ଦିଆଯାଇଥିଲା।
​ଏହି ସଫଳ କାର୍ଯ୍ୟକ୍ରମରେ ସୁପରଭାଇଜର ଭାନୁମତି ଦାଶ, ପୋଷଣ ଅଧିକାରୀ ଆଶିଷ ମେହେର, ରୀନା ମହାନ୍ତି, ଅଙ୍ଗନବାଡ଼ି କର୍ମୀ ପଦ୍ମିନୀ ପଣ୍ଡା ଏବଂ ସମସ୍ତ ସହାୟିକାମାନେ ପ୍ରମୁଖ ସହଯୋଗ କରିଥିଲେ।
​<nis:link nis:type=tag nis:id=angankautsav nis:value=AnganKaUtsav nis:enabled=true nis:link/> <nis:link nis:type=tag nis:id=baudhnews nis:value=BaudhNews nis:enabled=true nis:link/> <nis:link nis:type=tag nis:id=kantamal nis:value=Kantamal nis:enabled=true nis:link/> <nis:link nis:type=tag nis:id=childnutrition nis:value=ChildNutrition nis:enabled=true nis:link/> <nis:link nis:type=tag nis:id=healthychildhealthynation nis:value=HealthyChildHealthyNation nis:enabled=true nis:link/> <nis:link nis:type=tag nis:id=anganwadi nis:value=Anganwadi nis:enabled=true nis:link/> <nis:link nis:type=tag nis:id=poshanabhiyaan nis:value=PoshanAbhiyaan nis:enabled=true nis:link/> <nis:link nis:type=tag nis:id=odishagovt nis:value=OdishaGovt nis:enabled=true nis:link/>
କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ଯୋଗଦେଲେ ଜିଲ୍ଲା ପାଳ ବିଭୂତି ଭୂଷଣ ନାଏକ
କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସପି ଙ୍କ ଅଭିଯୋଗ ଶୁଣାଣି ଶିବିର
ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ମନମୁଣ୍ଡା ପୋଲିସକୁ ମିଳିଛି ବଡ଼ ସଫଳତା।
<nis:link nis:type=tag nis:id=boudhpolice nis:value=BoudhPolice nis:enabled=true nis:link/> <nis:link nis:type=tag nis:id=crimecontrol nis:value=CrimeControl nis:enabled=true nis:link/> <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/> <nis:link nis:type=tag nis:id=drugfreeodisha nis:value=DrugFreeOdisha nis:enabled=true nis:link/>