Public App Logo
Profile Picture

Bouddha times

@bouddhatimes7
1347Followers
0Following
ଲଇଡା ଗ୍ରାମରେ ନୂତନ ଶିବ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭସ୍ତମ୍ଭ ସ୍ଥାପନ
ଲଇଡା, ଦପଳା ପଞ୍ଚାୟତ, କଣ୍ଟାମାଲ ବ୍ଲକ (ବୌଦ୍ଧ ଜିଲ୍ଲା)
​ଆଜି ଲଇଡା ଗ୍ରାମରେ ଏକ ନୂତନ ଶିବ ମନ୍ଦିର ନିର୍ମାଣ ପାଇଁ ମଙ୍ଗଳମୟ ପରିବେଶରେ ପୂଜାର୍ଚ୍ଚନା ଓ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ କୃପାରୁ ଏହି ପବିତ୍ର କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ସମସ୍ତ ଗ୍ରାମବାସୀ ଏକାଠି ହୋଇ ସମୂହ ପୂଜା କରିଥିଲେ।
​ହର ହର ମହାଦେବ! ଜୟ ବାବା ବୈଦ୍ୟନାଥ! 
​<nis:link nis:type=tag nis:id=bouddha nis:value=Bouddha nis:enabled=true nis:link/> <nis:link nis:type=tag nis:id=kantamal nis:value=Kantamal nis:enabled=true nis:link/> <nis:link nis:type=tag nis:id=laida nis:value=Laida nis:enabled=true nis:link/> <nis:link nis:type=tag nis:id=shivatemple nis:value=ShivaTemple nis:enabled=true nis:link/> <nis:link nis:type=tag nis:id=bhoomipujan nis:value=BhoomiPujan nis:enabled=true nis:link/> <nis:link nis:type=tag nis:id=bouddhatimes nis:value=BouddhaTimes nis:enabled=true nis:link/>
ବୌଦ୍ଧ ମାଳିସାହିରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ମା’ ଦୁର୍ଗାଙ୍କ ଦିବ୍ୟ ଭେଟଘାଟ! 
​ବୌଦ୍ଧର ପ୍ରସିଦ୍ଧ ମାଳିସାହି ଦୁର୍ଗାପୂଜା ଅବସରରେ ସୃଷ୍ଟି ହୋଇଛି ଏକ ଅପୂର୍ବ ଓ ଭକ୍ତିମୟ ପରିବେଶ। ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଏବଂ ଜଗତଜନନୀ ମା’ ଦୁର୍ଗାଙ୍କର ମହାନ ଦିବ୍ୟ ଭେଟଘାଟ ମହୋତ୍ସବ ଅତ୍ୟନ୍ତ ଆଡ଼ମ୍ବର ଓ ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଯାଇଛି।
​ଘଣ୍ଟ, ଶଙ୍ଖ, ଓ ହୁଳହୁଳିର ପବିତ୍ର ଧ୍ୱନିରେ ସମ୍ପୂର୍ଣ୍ଣ ମାଳିସାହି ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିବା ବେଳେ ଶହ ଶହ ଭକ୍ତଙ୍କ ଗହଣରେ ଏକ ଭାବପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
​ଜୟ ମା’ ଦୁର୍ଗା! ଜୟ ଶ୍ରୀ ରାମ! 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=durgapuja nis:value=DurgaPuja nis:enabled=true nis:link/> <nis:link nis:type=tag nis:id=malisahi nis:value=Malisahi nis:enabled=true nis:link/> <nis:link nis:type=tag nis:id=raghunathjiu nis:value=RaghunathJiu nis:enabled=true nis:link/> <nis:link nis:type=tag nis:id=boudhdurgapuja nis:value=BoudhDurgaPuja nis:enabled=true nis:link/> <nis:link nis:type=tag nis:id=devotional nis:value=Devotional nis:enabled=true nis:link/> <nis:link nis:type=tag nis:id=odishafestival nis:value=OdishaFestival nis:enabled=true nis:link/> <nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/>
ଭକ୍ତିର ଅନ୍ୟ ଏକ ନିଦର୍ଶନ: ସରକାରୀ ସହାୟତା ବିନା ବୌଦ୍ଧ ଥାପପାଲୀରେ ଗଢ଼ି ଉଠିଛି ମା' ସିଦ୍ଧିଦାତ୍ରୀ ମନ୍ଦିର! 
​ନା କ୍ଲବ୍, ନା ଚାନ୍ଦା, ନା ସରକାରୀ ସହାୟତା—କେବଳ ଅଦମ୍ୟ ଭକ୍ତି ଓ ନିଷ୍ଠା ବଳରେ ବୌଦ୍ଧ ବ୍ଲକ ଗୋଚ୍ଛାପଡା ପଞ୍ଚାୟତ ଥାପପାଲୀ ଗ୍ରାମର ଉମେଶ ପ୍ରସାଦ ତ୍ରିପାଠୀଙ୍କ ପରିବାର ପକ୍ଷରୁ ନିଜସ୍ୱ ଖର୍ଚ୍ଚରେ ନିର୍ମିତ ମା' ସିଦ୍ଧିଦାତ୍ରୀଙ୍କ ପୀଠରେ ନିରବଚ୍ଛିନ୍ନ ଭାବେ ପାଳିତ ହେଉଛି ନବଦିନାତ୍ମକ ନବଦୁର୍ଗା ପୂଜା।
ଏଠାରେ କୌଣସି ଆଡ଼ମ୍ବର ନାହିଁ, ବରଂ ଶାନ୍ତି, ଭକ୍ତି ଓ ସଂସ୍କାରର ଅନନ୍ୟ ପରମ୍ପରା ରହିଛି।୯ ଦିନ ଧରି ପ୍ରତିଦିନ ସଂକୀର୍ତ୍ତନ ଓ ଭଜନ ସନ୍ଧ୍ୟାରେ କମ୍‌କୁଛି ପରିବେଶ।ସ୍ୱର୍ଗତ ପଣ୍ଡିତ ଲକ୍ଷ୍ମଣ ତ୍ରିପାଠୀଙ୍କ ଆଦର୍ଶକୁ ଆଗକୁ ବଢ଼ାଇ ଏହି ପରିବାର ସମାଜକୁ ଏକ ବଡ଼ା ବାର୍ତ୍ତା ଦେଉଛନ୍ତି।
​ସରକାରୀ ପ୍ରୋତ୍ସାହନଠାରୁ ଦୂରେଇ ଥାଇ ମଧ୍ୟ ଏପରି ନିଷ୍ଠାପର ପ୍ରୟାସ ସମଗ୍ର ବୌଦ୍ଧ ଜିଲ୍ଲା ପାଇଁ ଗର୍ବ ଓ ଗୌରବ!
​ଜୟ ମା' ସିଦ୍ଧିଦାତ୍ରୀ! 
​<nis:link nis:type=tag nis:id=bouddh nis:value=Bouddh nis:enabled=true nis:link/> <nis:link nis:type=tag nis:id=siddhidatritemple nis:value=SiddhidatriTemple nis:enabled=true nis:link/> <nis:link nis:type=tag nis:id=thappali nis:value=Thappali nis:enabled=true nis:link/> <nis:link nis:type=tag nis:id=odiaculture nis:value=OdiaCulture nis:enabled=true nis:link/> <nis:link nis:type=tag nis:id=devotion nis:value=Devotion nis:enabled=true nis:link/> <nis:link nis:type=tag nis:id=bouddhatimes nis:value=BouddhaTimes nis:enabled=true nis:link/>
ହାଟଗାଁ ମା ଆଦିଶକ୍ତିଙ୍କ ପୀଠରେ ପବିତ୍ର ଶାରଦୀୟ ନବରାତ୍ର ଉତ୍ସବ ମହା ସମାରୋହରେ  ଉଦଯାପିତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂପୁର ପଂଚାୟତ ହଟଗାଁ  ମା ଆଦିଶକ୍ତିଙ୍କ ପୀଠରେ ନବାହ ପାରାୟଣ, ନାମ ସଂକୀର୍ତ୍ତନ, ପ୍ରବଚନ ଏବଂ ଯଜ୍ଞ କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ହୋଇଯାଇଛି l ନବରାତ୍ର ର ଅନ୍ତିମ ଦିବସରେ ଶ୍ରୀରାଧାମାଧବ ସେବାଶ୍ରମ ର ମୁଖ୍ୟ ଆଚାର୍ଯ୍ୟ ଶ୍ରୀମାନ ଆଦିତ୍ୟ ଦାସ ବ୍ରହ୍ମଚାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୂଜ୍ୟ ମହାରାଜ ଜୀ ସମସ୍ତ ଭକ୍ତ ମାନଙ୍କୁ ହରି କଥା ଶ୍ରବଣ କରାଇବା ସହ ନବରାତ୍ରରେ ମାଆ ଙ୍କ ମହିମା ଏବଂ ହାଟ ଗାଁ ରେ ଅବସ୍ଥିତ ମା ଆଦିଶକ୍ତି ଙ୍କ ପୀଠ ବିଷୟରେ ବିଶେଷ ବର୍ଣ୍ଣନା କରିଥିଲେ। ମା ଆଦିଶକ୍ତି ଦୀର୍ଘ ୭୫ ବର୍ଷ ଧରି ଏହି ସ୍ଥାନରେ ପୂଜିତ ହୋଇ ସମସ୍ତ ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ କରୁଛନ୍ତି ବୋଲି ସେ ନିଜର ମନ୍ତବ୍ୟ ରଖିଥିଲେ। ମା ଆଦିଶକ୍ତି ମଧ୍ୟ ନିଜେ ତାଙ୍କୁ ଡାକିଥିବା ରୁ ସେ ଏହି ପୀଠକୁ ଆସି ପାରିଛନ୍ତି ବୋଲି କହି ମା ଙ୍କ କୃପା ବଖାଣିଥିଲେ। ଏହା ସହ ଏହି ପୀଠ ଟି ବୌଦ୍ଧର ଏକ ଗୁପ୍ତ ପୀଠ ଯେଉଁ ସ୍ଥାନରେ ମାଆ ଗୁପ୍ତ ରୂପରେ ପୂଜିତ ହୋଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ଭକ୍ତ ମାନଙ୍କ ସମସ୍ୟା ଦୂର କରୁଛନ୍ତି। ଏହାର ମହିମା ସର୍ବତ୍ର ବ୍ୟାପକ ହେବା ନିହାତି ଆବଶ୍ୟକ ବୋଲି ସେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହା ସହ ସମଗ୍ର ଭାରତ ବର୍ଷରେ ଗୋହତ୍ୟା ବନ୍ଦ କରିବା ପାଇଁ ସାଧୁ ସନ୍ଥ ମାନଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ରାଜ୍ୟ ଦାୟିତ୍ୱ ତୁଲାଉଥିବା ରୁ ସେ ମାଙ୍କ ଠାରେ ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ପାଇଁ ପ୍ରାର୍ଥନା କରିଥିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତ ଭକ୍ତ ମାନଙ୍କୁ ଗୋମାତାଙ୍କ ବିଷୟରେ ବୁଝାଇବା ସହ ଆସନ୍ତା ୧୭ ଡିସେମ୍ବର ରେ ଭୁବନେଶ୍ୱରରେ ହେବାକୁ ଥିବା ଗୋ ସମ୍ମାନ ଦିବସ ରେ ନିଜ ଗୋମାତାଙ୍କ ହତ୍ୟା ବନ୍ଦ କରିବା ସହ ରାଷ୍ଟ୍ରୀୟ ସମ୍ମାନ ଦେବା ପାଇଁ ସେ ସମସ୍ତ ସାଧୁ ସନ୍ଥ, ଗୋ ଭକ୍ତ ଏବଂ ଧର୍ମାଚାର୍ଯ୍ୟ ମାନଙ୍କୁ ଆହ୍ୱାନ କରିଛନ୍ତି। ମା ଆଦିଶକ୍ତି ପୀଠ ର ମୁଖ୍ୟ ସେବିକା ସୂର୍ଯ୍ୟକାନ୍ତୀ ମାତା  ମଧ୍ୟ ଗୋମାତା ଆମ ସନାତନ ଧର୍ମର ପ୍ରାଣ ବିନ୍ଦୁ ଏବଂ ଗୋ ସମ୍ପଦ ବଞ୍ଚିଲେ ହିଁ ଦେଶ ବଞ୍ଚିବ ବୋଲି ପ୍ରକାଶ କରିବା ସହ ଅଭିଯାନ ସଫଳ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ଚେଷ୍ଟା ରହିବ ବୋଲି ପ୍ରକାଶ କରିଛନ୍ତି। ନବରାତ୍ର ର ଅନ୍ତିମ ଦିବସରେ ମା ଙ୍କ ପୀଠରେ ହଜାର ସଂଖ୍ୟକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ଅବସରରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମକୁ ସନ୍ଥ ଜଗଦାନନ୍ଦ ଦାସ ପରିଚାଳନା କରିଥିଲେ। ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ମଠର ମହନ୍ତ ଗୋପାଳ ଦାସ, ସନ୍ଥ ଗୋବର୍ଦ୍ଧନ ଦାସ, ଶ୍ରୀମଦ ମହର୍ଷି କମଳ ମହାପ୍ରଭୁ , ଶେଷଦେବ ଦାସ ଏବଂ ଅନ୍ୟାନ୍ୟ ସାଧୁସନ୍ଥ ମାନେ ମଧ୍ୟ ଯୋଗଦାନ କରିଥିଲେ। ମାଙ୍କ ପୀଠରେ ମୁଖ୍ୟ ସେବକ ଭାବରେ ସନ୍ତୋଷ ସେଠୀ, ସୁଧୀର କୁମାର ପାଣ୍ଡେ ସମସ୍ତ ଦାୟିତ୍ୱ କୁ ତୁଲାଇଥିଲେ। ମା ଆଦିଶକ୍ତି ମନ୍ଦିର ପୂଜା କମିଟି ର ସମସ୍ତ କାର୍ଯ୍ୟ କର୍ତ୍ତା ମଧ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ।
<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=navratri nis:value=Navratri nis:enabled=true nis:link/> <nis:link nis:type=tag nis:id=maaaadishakti nis:value=MaaAadishakti nis:enabled=true nis:link/> <nis:link nis:type=tag nis:id=odishanews nis:value=Odishanews nis:enabled=true nis:link/> <nis:link nis:type=tag nis:id=gosammanabhiyan nis:value=GoSammanAbhiyan nis:enabled=true nis:link/> <nis:link nis:type=tag nis:id=adivasipeetha nis:value=AdivasiPeetha nis:enabled=true nis:link/>
ଜୟ ମାଆ ଦୁର୍ଗା! 
​ପବିତ୍ର ମହାନବମୀ ଅବସରରେ ଆଜି ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ମେହେର ପୁରୁଣାକଟକ ଠାରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆ ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି।
​ଏହି ଅବସରରେ ମାଆଙ୍କ ଦିବ୍ୟ ପୀଠରେ ପୂଜାର୍ଚ୍ଚନା କରିବା ସହିତ ସମସ୍ତ ପୂଜା କମିଟିର କର୍ମକର୍ତ୍ତା, ସ୍ଥାନୀୟ ଜନସାଧାରଣ ଓ ଭକ୍ତମାନଙ୍କୁ ମହାନବମୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମାଆଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଆସୁ—ମାଆଙ୍କ ନିକଟରେ ଏତିକି କାମନା।
​<nis:link nis:type=tag nis:id=mahanavami nis:value=Mahanavami nis:enabled=true nis:link/> <nis:link nis:type=tag nis:id=purunakatak nis:value=Purunakatak nis:enabled=true nis:link/> <nis:link nis:type=tag nis:id=sarojkumarmeher nis:value=SarojKumarMeher nis:enabled=true nis:link/> <nis:link nis:type=tag nis:id=durgapuja2026 nis:value=DurgaPuja2026 nis:enabled=true nis:link/> <nis:link nis:type=tag nis:id=bouddha nis:value=Bouddha nis:enabled=true nis:link/> <nis:link nis:type=tag nis:id=odishafestivals nis:value=OdishaFestivals nis:enabled=true nis:link/> <nis:link nis:type=tag nis:id=jaimaadurga nis:value=JaiMaaDurga nis:enabled=true nis:link/>
"ଚାଷକାମ ଯାହାର, କେଡ଼େ ସୁଖ ତାହାର" — ଏହି ପୁରୁଣା ଢଗଟି ଆଜି ଚାଷୀଭାଇଙ୍କ ପାଇଁ କେବଳ ଏକ ପ୍ରହସନ ପାଲଟିଯାଇଛି।
​ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ବ୍ରାହ୍ମଣୀ ଗ୍ରାମ ସମେତ ଆମ ସମ୍ପୂର୍ଣ୍ଣ ଅଞ୍ଚଳରେ ଆଜି ମରୁଡ଼ିର କରାଳ ଛାୟା। ସରକାର 'ପାର୍ବତୀ ଗିରି ଉଠା ଜଳସେଚନ ଯୋଜନା'ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ, ହେଲେ ଆମ ଚାଷ ଜମିକୁ ଆଜି ବି ଟୋପାଏ ପାଣି ମିଳିପାରୁନାହିଁ।
​ଆଗାମୀ ୧୦ ଦିନ ମଧ୍ୟରେ ଯଦି ବର୍ଷା ନହୁଏ, ତେବେ ୯୦% ରୁ ଅଧିକ ଚାଷ ନଷ୍ଟ ହୋଇ ମରୁଡ଼ି ହେବା ନିଶ୍ଚିତ। ଏଭଳି ଗମ୍ଭୀର ପରିସ୍ଥିତିରେ ଆମ ଅଞ୍ଚଳର ଚାଷୀନେତା ଓ ସମାଜସେବୀମାନଙ୍କ ନୀରବତା ଅତ୍ୟନ୍ତ ଦୁଃଖଦ।
​ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆମର ବିନମ୍ର ଅନୁରୋଧ — ତୁରନ୍ତ ଏହି ସମସ୍ୟାର ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ।
​<nis:link nis:type=tag nis:id=admboudh nis:value=admboudh nis:enabled=true nis:link/> <nis:link nis:type=tag nis:id=cdoboudh nis:value=cdoboudh nis:enabled=true nis:link/> <nis:link nis:type=tag nis:id=kvsinghdeo nis:value=kvsinghdeo nis:enabled=true nis:link/> <nis:link nis:type=tag nis:id=boudhdistrict nis:value=BoudhDistrict nis:enabled=true nis:link/> <nis:link nis:type=tag nis:id=boudhodisha nis:value=BoudhOdisha nis:enabled=true nis:link/> <nis:link nis:type=tag nis:id=boudhfarmers nis:value=BoudhFarmers nis:enabled=true nis:link/> <nis:link nis:type=tag nis:id=odishafarmers nis:value=OdishaFarmers nis:enabled=true nis:link/> <nis:link nis:type=tag nis:id=farmerproblems nis:value=FarmerProblems nis:enabled=true nis:link/> <nis:link nis:type=tag nis:id=farmersvoice nis:value=FarmersVoice nis:enabled=true nis:link/> <nis:link nis:type=tag nis:id=savefarmers nis:value=SaveFarmers nis:enabled=true nis:link/> <nis:link nis:type=tag nis:id=supportfarmers nis:value=SupportFarmers nis:enabled=true nis:link/> <nis:link nis:type=tag nis:id=agricultureodisha nis:value=AgricultureOdisha nis:enabled=true nis:link/> <nis:link nis:type=tag nis:id=kanakvardhansinghdeo nis:value=KanakVardhanSinghDeo nis:enabled=true nis:link/>
ବାଉଁଶୁଣିକୁ NAC ମାନ୍ୟତା ଦାବି: ରାବଣ ଦରବାର ମଞ୍ଚରୁ ସରକାରଙ୍କୁ ପୂର୍ବତନ ବିଧାୟକ ମହିଧର ରଣାଙ୍କ ଜବାବ
​
ବାଉଁଶୁଣିକୁ ଏନଏସି (NAC) ମାନ୍ୟତା ପ୍ରଦାନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଘୋଷଣା କରାଯାଇ ନୀତିଗତ ଅନୁମୋଦନ (In-principle approval) ଦିଆଯାଇଥିଲେ ହେଁ, ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ନହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଦୁଃଖଦାୟକ ବିଷୟ।
​ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଉଁଶୁଣି-ଡିମିରିପାଳି ଠାରେ ଆୟୋଜିତ ପ୍ରସିଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମ 'ରାବଣ ଦରବାର' ମଞ୍ଚରୁ ଏନେଇ ବର୍ତ୍ତମାନ୍ ସରକାରଙ୍କୁ ସୀଧାସଳଖ ଜବାବ ମାଗିଛନ୍ତି କଣ୍ଟାମାଳର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମହିଧର ରଣା।
​ସରକାରୀ ଚିଠିରୁ ଅନୁଯାୟୀ 
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ (Housing & Urban Development Dept.) ର ଚିଠି ସଂଖ୍ୟା 6124 (ତାରିଖ: 13/03/2024) ଅନୁସାରେ, ଓଡ଼ିଶାର ନୂତନ ଏନଏସି (NAC) ଗଠନ ପାଇଁ ରାଜ୍ୟ ସରକାର ନୀତିଗତ ସ୍ୱୀକୃତି ପ୍ରଦାନ କରିଥିଲେ। ଏହି ତାଲିକାରେ ବୌଦ୍ଧ ଜିଲ୍ଲାର ବାଉଁଶୁଣି (ବାଉଁଶୁଣି, ଅଁଳାପାଲି ଓ ଗୋଛାପଡ଼ା ଜି.ପି.), ମନମୁଣ୍ଡା ଏବଂ ପୁରୁଣାକଟକ ଅଞ୍ଚଳ ଶୀର୍ଷରେ ରହିଥିଲା।
ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରଣା ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସୁବିଧା ପାଇଁ ବାଉଁଶୁଣିକୁ NAC ଘୋଷଣା କରିଥିଲେ। ମାତ୍ର ବର୍ତ୍ତମାନର ବିଜେପି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଚାପି ଦେବା ସହ ଆଡ଼େଇ ଯାଉଛନ୍ତି, ଯାହା ଅଞ୍ଚଳବାସୀଙ୍କ ପ୍ରତି ଅନ୍ୟାୟ।
​ବାଉଁଶୁଣିକୁ ତୁରନ୍ତ NAC ମାନ୍ୟତା ପ୍ରଦାନ ନକଲେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ନେଇ ଆନ୍ଦୋଳନ ବ୍ୟାପକ ହେବ ବୋଲି ମଞ୍ଚରୁ ଚେତାବନୀ ଦେଇଛନ୍ତି । ଏହି ଦାବିକୁ ନେଇ ବାଉଁଶୁଣି ଓ ଆଖପାଖ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
​<nis:link nis:type=tag nis:id=baudh nis:value=Baudh nis:enabled=true nis:link/> <nis:link nis:type=tag nis:id=kantamal nis:value=Kantamal nis:enabled=true nis:link/> <nis:link nis:type=tag nis:id=baunsuni nis:value=Baunsuni nis:enabled=true nis:link/> <nis:link nis:type=tag nis:id=baunsuninac nis:value=BaunsuniNAC nis:enabled=true nis:link/> <nis:link nis:type=tag nis:id=naveenpatnaik nis:value=NaveenPatnaik nis:enabled=true nis:link/> <nis:link nis:type=tag nis:id=bjd nis:value=BJD nis:enabled=true nis:link/> <nis:link nis:type=tag nis:id=mahidharrana nis:value=MahidharRana nis:enabled=true nis:link/> <nis:link nis:type=tag nis:id=baudhnews nis:value=BaudhNews nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=bouddhatimes nis:value=BouddhaTimes nis:enabled=true nis:link/> <nis:link nis:type=tag nis:id=odishapolitics nis:value=OdishaPolitics nis:enabled=true nis:link/>
ଡିମିରିପାଲି ଦୁର୍ଗାପୂଜାରେ ଆକର୍ଷଣୀୟ 'ରାବଣ ଦରବାର' : ଯୋଗଦେଲେ ପୂର୍ବତନ ବିଧାୟକଙ୍କ ସହ ବହୁ ବିଶିଷ୍ଟ ଅତିଥି, ସଂଗ୍ରାମଙ୍କ ନିଖୁଣ ଅଭିନୟରେ ବିମୋହିତ ଦର୍ଶକ
​ଡିମିରିପାଲି / ବୌଦ୍ଧ:
ବୌଦ୍ଧ ଜିଲ୍ଲା ଡିମିରିପାଲି ଗ୍ରାମରେ ଆୟୋଜିତ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ 'ରାବଣ ଦରବାର' ନାଟକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
​ଏହି କାର୍ଯ୍ୟକ୍ରମରେ କଣ୍ଟାମାଳର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମହିଧର ରଣା, ବୌଦ୍ଧ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ସ୍ଥାନୀୟ ସରପଞ୍ଚ ଅଇଁଠୁ ମହାଳିକ, ପୂର୍ବତନ ସରପଞ୍ଚ ବାଳମୁକୁନ୍ଦ ମେହେର, ଯୁବନେତା ବାବୁଲା ମଲିକ୍, ଏବଂ ଜିଲ୍ଲା ପରିଷଦ ସଭ୍ୟ ଇଂ. ରାକେଶ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
​ନାଟକରେ ରାବଣ ଭୂମିକାରେ ଅଭିନେତା ସଂଗ୍ରାମ ଦେହୁରୀଙ୍କ ଜୀବନ୍ତ ଓ ନିଖୁଣ ଅଭିନୟ ସମସ୍ତଙ୍କୁ ମୁଗ୍ଧ କରିଥିଲା। ତାଙ୍କର ସଫଳ ଅଭିନୟ ଶୈଳୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା। ସ୍ଥାନୀୟ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ବହୁସଂଖ୍ୟାରେ ସମାଗମ ହୋଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
​<nis:link nis:type=tag nis:id=dimiripali nis:value=Dimiripali nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=durgapuja2026 nis:value=DurgaPuja2026 nis:enabled=true nis:link/> <nis:link nis:type=tag nis:id=ravanadarbar nis:value=RavanaDarbar nis:enabled=true nis:link/> <nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=culturalevent nis:value=CulturalEvent nis:enabled=true nis:link/> <nis:link nis:type=tag nis:id=odianews nis:value=OdiaNews nis:enabled=true nis:link/>
କ୍ୟାନ୍ସର ସହ ହାରିଗଲା ଜୀବନ: ଚାଲିଗଲେ ସମସ୍ତଙ୍କ ପ୍ରିୟ LIC ଏଜେଣ୍ଟ ଉମେଶ ବସ୍ତିଆ, ଅସହାୟ ପରିବାର ପାଇଁ ଆଖିରୁ ଶୁଖୁନି ଲୁହ, ସହାୟତା ପାଇଁ ଦାବି
​କଣ୍ଟାମାଳ / ବୌଦ୍ଧ: 
ବିଧିର ବିଧାନ ବଡ଼ ନିଷ୍ଠୁର। ଦୀର୍ଘ ଦିନର ସଂଗ୍ରାମ ପରେ ଶେଷରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ନିକଟରେ ହାର୍ ମାନିଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଲାସପୁର ପଞ୍ଚାୟତ କିରକିଚିପାଲି ଗ୍ରାମର ଜଣାଶୁଣା LIC ଏଜେଣ୍ଟ ଉମେଶ ବସ୍ତିଆ (୪୨)। ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ​ମେଳାପୀ, ମିଷ୍ଟଭାଷୀ ଓ ସଦାସର୍ବଦା ଅନ୍ୟର ଦୁଃଖରେ ଛିଡ଼ା ହେଉଥିବା ଜଣେ ପରୋପକାରୀ ମଣିଷ ଭାବେ ଉମେଶ ସମସ୍ତଙ୍କର ଅତି ପ୍ରିୟ ଥିଲେ। ଗୋଟିଏ ପଟେ କ୍ୟାନ୍ସର ରୋଗ ସହ ସଂଗ୍ରାମ କରି ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ସମ୍ବଳ ନଥିଲେ ବି ପରିବାର ଲୋକେ ସର୍ବସ୍ୱ ହରାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତାଙ୍କୁ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା ଚଳାଇଥିଲେ। ହେଲେ ନିୟତିର ଖେଳ ଥିଲା ଭିନ୍ନ। ଗତକାଲି ହଠାତ୍ ବ୍ରେନ୍ ହେମ୍ରେଜ୍ (Brain Hemorrhage) ହେବା ଯୋଗୁଁ ସବୁ ଚିକିତ୍ସା ବିଫଳ ହୋଇଥିଲା, ଆଉ ସେ ସାରାଦିନ ପାଇଁ ଆଖି ବୁଜିଥିଲେ।
​ଆଜି ତାଙ୍କର ମୃତଦେହ ଗାଁକୁ ଫେରିବା ପରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଖପାଖ ଅଞ୍ଚଳର ଶହ ଶହ ଲୋକ ତାଙ୍କ ଶେଷ ଦର୍ଶନ ପାଇଁ ଛୁଟି ଆସିଥିଲେ, ସମସ୍ତଙ୍କ ଆଖିରେ ଥିଲା ଲୁହ। ​ପଛରେ ଛାଡ଼ିଯାଇଛନ୍ତି ସ୍ତ୍ରୀ, ୧୩ ବର୍ଷର ଅବୁଝା ପୁଅ ଓ ୧୦ ବର୍ଷର କୋମଳମତି ଝିଅ । ରୋଜଗାରିଆ ମୁରବୀଙ୍କୁ ହରାଇ ଆଜି ଏହି ନିରୀହ ପରିବାରଟି ସମ୍ପୂର୍ଣ୍ଣ ବେସାହାରା ଓ ଅସହାୟ ହୋଇପଡ଼ିଛି। ପିଲା ଦୁଇଟିଙ୍କ ଭବିଷ୍ୟତ ଓ ପାଠପଢ଼ାକୁ ନେଇ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନାହିଁ। ଏହି ହୃଦୟବିଦାରକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଅସହାୟ ପରିବାର ପ୍ରତି ଦୃଷ୍ଟି ଦେଇ ପିଲାମାନଙ୍କ ପାଠପଢ଼ା ଓ ପରିବାରର ଗୁଜରାଣ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଆକୁଳ ଦାବି ହେଉଛି।
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=kantamal nis:value=Kantamal nis:enabled=true nis:link/> <nis:link nis:type=tag nis:id=bilaspur nis:value=Bilaspur nis:enabled=true nis:link/> <nis:link nis:type=tag nis:id=kirarkichipali nis:value=Kirarkichipali nis:enabled=true nis:link/> <nis:link nis:type=tag nis:id=sadnews nis:value=SadNews nis:enabled=true nis:link/> <nis:link nis:type=tag nis:id=tragicloss nis:value=TragicLoss nis:enabled=true nis:link/> <nis:link nis:type=tag nis:id=umeshbastia nis:value=UmeshBastia nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=bouddhatimes nis:value=BouddhaTimes nis:enabled=true nis:link/>
ଡିମିରିପାଲିରେ ୬୯ତମ ସାର୍ବଜନୀନ ଦୁର୍ଗାପୂଜା: ‘ରାବଣ ଦରବାର’ କାର୍ଯ୍ୟକ୍ରମରେ ଯୋଗଦେଲେ ଜିଲ୍ଲାପାଳ
ବୌଦ୍ଧ ବ୍ଲକ୍‌ ଅନ୍ତର୍ଗତ ଡିମିରିପାଲି ଗ୍ରାମରେ ଆୟୋଜିତ ୬୯ତମ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ରାବଣ ଦରବାର’ ଅନୁଷ୍ଠିତ ହୋଇଯାଇଛି।
​ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଇଂ. ରାକେଶ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ​ସାଂସ୍କୃତିକ ମଞ୍ଚରେ ରାବଣ ଭୂମିକାରେ ଅଭିନେତା ସଂଗ୍ରାମ ଦେହୁରୀଙ୍କ ନିଖୁଣ ଓ ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଓ ଦର୍ଶକ ଉପସ୍ଥିତ ରହି ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ଆନନ୍ଦ ନେଇଥିଲେ।
​<nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=dimiripali nis:value=Dimiripali nis:enabled=true nis:link/> <nis:link nis:type=tag nis:id=durgapuja nis:value=DurgaPuja nis:enabled=true nis:link/> <nis:link nis:type=tag nis:id=ravanadarbar nis:value=RavanaDarbar nis:enabled=true nis:link/> <nis:link nis:type=tag nis:id=boudhtimes nis:value=BoudhTimes nis:enabled=true nis:link/> <nis:link nis:type=tag nis:id=culturalevent nis:value=CulturalEvent nis:enabled=true nis:link/> <nis:link nis:type=tag nis:id=odishanewstoday nis:value=odishanewstoday nis:enabled=true nis:link/>
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ଶୈକ୍ଷିକ ଭ୍ରମଣ 
 ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆନ୍ତଃରାଜ୍ୟ ଶୈକ୍ଷିକ ଭ୍ରମଣ କାର୍ଯ୍ୟକ୍ରମ ବହୁ ଦିନ ବ୍ୟବଧାନ ପରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମବଙ୍ଗ ର ହାଓଡ଼ା ଜିଲ୍ଲା ର ଶିବପୁର୍ ଠାରେ ଥିବା ଭାରତ ର ସର୍ବବୃହତ୍ ଏଵଂ ସର୍ବପୁରାତନ ୧୭୭୮ମସିହା ରେ ସ୍ଥାପିତ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ଇଣ୍ଡିଆନ୍ ବୋଟାନିକାଲ ଗାର୍ଡେନ ର ନିମନ୍ତ୍ରଣ କ୍ରମେ  ସେଠାକୁ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ  ସମ୍ମାନ ର +୩ ଦ୍ୱିତୀୟ ବର୍ଷ ୧୪ ଜଣ ଛାତ୍ର ଛାତ୍ରୀ ଉଦ୍ଭିଦ ବିଜ୍ଞାନ ର ବିଭାଗୀୟ ମୂଖ୍ୟ ତଥା ପରିବେଶ ବିଜ୍ଞାନୀ ଅଧ୍ୟାପକ ଡ଼ଃ ପ୍ରବୀର କୁମାର ଦାସ ନେତୃତ୍ୱ ରେ ଦୁଇ ଦିନିଆ ଗସ୍ତରେ ଯାଇ ସେଠାରେ ଥିବା ବିଭିନ୍ନ ପୁରାତନ, ବିପଦ ସଙ୍କୁଳ ଓ ଦୁଷ୍ପ୍ରାପ୍ୟ ବୃକ୍ଷରାଜି ଉପରେ ଅଧ୍ୟୟନ କରିବା ସହ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ମୁଖ୍ୟ ବୈଜ୍ଞାନିକ ଡଃ ସ୍ୱାମୀ ଏବଂ ଡ଼ଃ ବିଜୟ ସ୍ଵାଗତ କରିବା ସହ ସେଠାରେ ଥିବା ୨୫୦୦ ପ୍ରକାର ଉଦ୍ଭିଦ ବିଷୟରେ ଅବଗତ କରାଇବା ସହ ସମସ୍ତ ୨୫ ବିଭାଗ କୁ ବୁଲି ଦେଖାଇଥିଲେ । ସେଠାରେ ଥିବା ମୁଖ୍ୟ ଆକର୍ଷଣ ଥିଲା ୫.୩୩ ଏକର ଜମିରେ ଥିବା  ୨୭୦ ବର୍ଷର ପୃଥିବୀର ସର୍ବ ବୃହତ୍ ବରଗଛ ଯାହାକି ଗିନିଜ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ରେ ସ୍ଥାନ ପାଇଛି ।  ପୃଥିବୀର ସର୍ବ ବୃହତ୍ କଇଁ ଫୁଲ ଯାହାର ପତ୍ର ଗୋଟେ ମିଟର୍ ରୁ ବି ଅଧିକ ବହୁ ଆକର୍ଷଣୀୟ ଥିଲା । ଥାଇଲାଣ୍ଡ ରୁ ଆସିଥିବା ଗୋଟିଏ ଫଳ ଭିତରେ ଦୁଇଟି ନଡ଼ିଆ  ପ୍ରଜାତି ଏବେ ବି ସେଠାରେ ସୁରକ୍ଷିତ ରହିଛି । ୨୫ ଲକ୍ଷ୍ୟ ପ୍ରକାର ର ହର୍ବ।ରୀୟମ ଆଉ ଏକ ଆକର୍ଷଣ। ବୋଟାନିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ଏହି ଅନୁଷ୍ଠାନ ଭ୍ରମଣରେ ଅଧ୍ୟାପିକା ନିରୁପମା ପ୍ରଧାନ ଓ ଡେମନ୍ ଷ୍ଟ୍ରେଟର ପାର୍ଥ ସାରଥୀ ମିଶ୍ର  ସହଯୋଗୀ ଭାବରେ ଗସ୍ତ କରିଥିଲେ। ସମସ୍ତ ଅଂଶଗ୍ରହଣକାରି ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ର ଟୋପି ଓ ପୁସ୍ତକ ପ୍ରଦାନ କରାଯାଇଥିଲା 
<nis:link nis:type=tag nis:id=boudhpanchayatcollege nis:value=BoudhPanchayatCollege nis:enabled=true nis:link/> <nis:link nis:type=tag nis:id=botanydepartment nis:value=BotanyDepartment nis:enabled=true nis:link/> <nis:link nis:type=tag nis:id=botanicalgardenkolkata nis:value=BotanicalGardenKolkata nis:enabled=true nis:link/> <nis:link nis:type=tag nis:id=educationaltour nis:value=EducationalTour nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=jcbosebotanicalgarden nis:value=jcbosebotanicalgarden nis:enabled=true nis:link/>
ବଡ ଭାଇର ଜିଉଁତିଆ ଦୋକାନ 
​ବୌଦ୍ଧ ଜିଲ୍ଲା ବାଉଁଶୁଣି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସମସ୍ତଙ୍କର ପରିଚିତ ତଥା ଲୋକପ୍ରିୟ "ବଡ଼ ଭାଇର ଜିଉଁତିଆ ଦୋକାନ" ଏବେ ପୁଣି ଥରେ ବଜାରରେ ନୂତନ ଉତ୍ସାହ ସହିତ ଉପସ୍ଥିତ!
​ପୂର୍ବରୁ ନିଜର ସ୍ୱାଦିଷ୍ଟ ଲସି ପାଇଁ ବେଶ୍ ନାଁ କମାଇଥିବା ଏହି ଦୋକାନଟି ଏବେ ବଜାରରେ ଏକ ନୂତନ ଫୁଟପାଟ୍ (Footpath) ଦୋକାନ ଭାବରେ ଖୋଲାଯାଇଛି। ସେହି ପୁୁରୁଣା ସ୍ୱାଦ ଏବଂ ବଡ଼ ଭାଇଙ୍କ ସ୍ନେହଭରା ଆତିଥ୍ୟ ସହିତ ଆପଣ ସମସ୍ତେ ପୁଣି ଥରେ ତାର ମଜା ନେଇପାରିବେ।
​ ସ୍ଥାନ: ଜାତୀୟ ରାଜପଥ, ବାଉଁଶୁଣି ବଜାର, ବୌଦ୍ଧ।
​<nis:link nis:type=tag nis:id=baunsuni nis:value=Baunsuni nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=jiuntiashop nis:value=JiuntiaShop nis:enabled=true nis:link/> <nis:link nis:type=tag nis:id=lasishop nis:value=LasiShop nis:enabled=true nis:link/> <nis:link nis:type=tag nis:id=localtaste nis:value=LocalTaste nis:enabled=true nis:link/> <nis:link nis:type=tag nis:id=baunsunimarket nis:value=BaunsuniMarket nis:enabled=true nis:link/> <nis:link nis:type=tag nis:id=odishafoodie nis:value=odishafoodie nis:enabled=true nis:link/>
ଦିବଂଗତ ସୌମିତ୍ରୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା... 
​ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ନିଆଗଲା ସୌମିତ୍ରୀଙ୍କ ମର ଶରୀର। ଏହି ଅବସରରେ ମାନ୍ୟବର ବିଧାୟକ, ଜିଲ୍ଲା ସଭାପତି ଏବଂ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
​<nis:link nis:type=tag nis:id=soumitri nis:value=Soumitri nis:enabled=true nis:link/> <nis:link nis:type=tag nis:id=bjp nis:value=BJP nis:enabled=true nis:link/> <nis:link nis:type=tag nis:id=tribute nis:value=Tribute nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=boudhanathstupa nis:value=boudhanathstupa nis:enabled=true nis:link/>
ଆପଣମାନେ କ'ଣ ଦଶହରା ପୂଜାରେ ସମ୍ବଲପୁରୀ ଶାଢ଼ୀ କିଣିବାକୁ ଚାହୁଁଛନ୍ତି? ତେବେ ହୋଲସେଲ୍ ରେଟ୍‌ରେ ଶାଢ଼ୀ କିଣିବା ପାଇଁ ଆଜି ହିଁ ଆସନ୍ତୁ ଏବଂ ପସନ୍ଦର ସମ୍ବଲପୁରୀ ଶାଢ଼ୀ କିଣନ୍ତୁ!  
​"ଶ୍ରୀ ଗଣେଶ ହ୍ୟାଣ୍ଡଲୁମ୍" 
ଠିକଣା: ବୈଦ୍ୟନାଥପୁର
ବାଉସୁନୀ, ବୌଦ୍ଧ 
ଅଧିକ ଜାଣିବା କିମ୍ବା ଯୋଗାଯୋଗ କରିବା ପାଇଁ 
ମୋବାଇଲ୍ ନମ୍ବର: 
9937809712
 9439358771
9078570665।
ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି, ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ତଥା ପ୍ରତିଷ୍ଠିତ ସମାଜସେବୀ ଶ୍ରୀ ସୋମିତ୍ରି କୁମାର ନାୟକଙ୍କ ଗତକାଲି ରାତିରେ ଅକାଳ ବିୟୋଗ ଘଟିଛି। ଏହି ଅତ୍ୟନ୍ତ ଦୁଃଖଦ ଖବର ମୋତେ ଗଭୀର ଭାବରେ ମର୍ମାହତ କରିଛି।
​ମୃତ ଆତ୍ମାର ସଦ୍‌ଗତି କାମନା କରିବା ସହ ଏପରି ଅସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ— ଏହାପ୍ରଭୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା।
​ଅମର ଆତ୍ମାର ଚିରଶାନ୍ତି ପାଇଁ ମୋର ଗଭୀର ଶ୍ରଦ୍ଧାଞ୍ଜଳି। 🙏
​<nis:link nis:type=tag nis:id=somitrikumarnayak nis:value=SomitriKumarNayak nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=restinpeace nis:value=RestInPeace nis:enabled=true nis:link/> <nis:link nis:type=tag nis:id=odianews nis:value=OdiaNews nis:enabled=true nis:link/> <nis:link nis:type=tag nis:id=condolencestothebereavedfamily nis:value=condolencestothebereavedfamily nis:enabled=true nis:link/>
ମନମୁଣ୍ଡାରେ ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ: ଯୋଗ ଦେଲେ କଣ୍ଟାମାଳ ବିଧାୟକ
ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ବିଜେପି ମନମୁଣ୍ଡା ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ​ଏହି ବୈଠକରେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିରେ ସ୍ଥାନୀୟ ମଣ୍ଡଳ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।  
​<nis:link nis:type=tag nis:id=bjd nis:value=BJD nis:enabled=true nis:link/> <nis:link nis:type=tag nis:id=bjp nis:value=BJP nis:enabled=true nis:link/> <nis:link nis:type=tag nis:id=kantamal nis:value=Kantamal nis:enabled=true nis:link/> <nis:link nis:type=tag nis:id=manamunda nis:value=Manamunda nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=kanhaicharandang nis:value=KanhaiCharanDang nis:enabled=true nis:link/>
ଷଷ୍ଠ ରାଜ୍ୟ ସ୍ତରୀୟ ମା' ଭୈରବୀ ମହୋତ୍ସବ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ!
​ମହୋତ୍ସବ କମିଟିର ସଭାପତି ଶ୍ରୀ ଅଶୋକ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
​ତାରିଖ: ଆସନ୍ତା ନଭେମ୍ବର ୨୬ ଠାରୁ ଡିସେମ୍ବର ୧ ପର୍ଯ୍ୟନ୍ତ
 ସ୍ଥାନ: ପୁରୁଣା କଟକ
​ସମସ୍ତଙ୍କ ସହଯୋଗ ଓ ଉପସ୍ଥିତି ଏହି ମହୋତ୍ସବକୁ ସଫଳ କରିବ ବୋଲି ଆଶା କରାଯାଉଛି। 
​<nis:link nis:type=tag nis:id=maabhairavimahotsav nis:value=MaaBhairaviMahotsav nis:enabled=true nis:link/> <nis:link nis:type=tag nis:id=purunacuttack nis:value=PurunaCuttack nis:enabled=true nis:link/> <nis:link nis:type=tag nis:id=odishafestivals nis:value=OdishaFestivals nis:enabled=true nis:link/> <nis:link nis:type=tag nis:id=culturaleventsbeirut nis:value=culturaleventsbeirut nis:enabled=true nis:link/>
ସୁରଭି-୨୦୨୬: ଯୋଗିନ୍ଦ୍ରପୁର କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ! 
​ଛାତ୍ରଛାତ୍ରୀଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆଜି କଣ୍ଟାମାଳ ବ୍ଲକାନ୍ତର୍ଗତ ଯୋଗିନ୍ଦ୍ରପୁର କ୍ଲଷ୍ଟରସ୍ତରୀୟ 'ସୁରଭି' କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।
​ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ପ୍ରତିଭାବାନ ଶିଶୁମାନେ ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ବକ୍ତୃତା ଓ ବିଭିନ୍ନ ସୃଜନଶାଳୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।
​ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଗୁରୁଜୀ, ଗୁରୁମାଆ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା! 
​<nis:link nis:type=tag nis:id=surabhi2026 nis:value=Surabhi2026 nis:enabled=true nis:link/> <nis:link nis:type=tag nis:id=kantamal nis:value=Kantamal nis:enabled=true nis:link/> <nis:link nis:type=tag nis:id=jogindrapurcluster nis:value=JogindrapurCluster nis:enabled=true nis:link/> <nis:link nis:type=tag nis:id=schoolevent nis:value=SchoolEvent nis:enabled=true nis:link/> <nis:link nis:type=tag nis:id=odishaeducation nis:value=OdishaEducation nis:enabled=true nis:link/> <nis:link nis:type=tag nis:id=youngtalents nis:value=YoungTalents nis:enabled=true nis:link/> <nis:link nis:type=tag nis:id=boudhupdate nis:value=BoudhUpdate nis:enabled=true nis:link/>
ପୁରୁଣାକଟକ ଥାନା ପୋଲିସର ଅବକାରୀ ଚଢ଼ାଉ: ୩୮ ଲିଟର ବିଦେଶୀ ମଦ ଜବତ
ପୁରୁଣାକଟକ ଥାନା ପୋଲିସ ପକ୍ଷରୁ କରାଯାଇଥିବା ଅବକାରୀ ଚଢ଼ାଉ ସମୟରେ ଜଣେ ଅଭିଯୁକ୍ତଙ୍କ ନିକଟରୁ ୩୮ ଲିଟର ବିଦେଶୀ ମଦ ଜବତ କରାଯାଇଛି। ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ଏହି ପଦକ୍ଷେପ ନିଆଯାଇଛି।
​ବେଆଇନ ମଦ କାରବାରକୁ ସମ୍ପୂର୍ଣ୍ଣ ରୋକିବା ଏବଂ କ୍ଷେତ୍ରରେ ଆଇନର କଡ଼ା ଅନୁପାଳନ ସୁନିଶ୍ଚିତ କରିବା ପାଇଁ ବୌଦ୍ଧ ପୋଲିସ ସର୍ବଦା ପ୍ରତିବଦ୍ଧ। 
​<nis:link nis:type=tag nis:id=purunakatakpolice nis:value=PurunakatakPolice nis:enabled=true nis:link/> <nis:link nis:type=tag nis:id=boudhpolice nis:value=BoudhPolice nis:enabled=true nis:link/> <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/> <nis:link nis:type=tag nis:id=crimeupdate nis:value=CrimeUpdate nis:enabled=true nis:link/> <nis:link nis:type=tag nis:id=boudhtimes nis:value=BoudhTimes nis:enabled=true nis:link/>
ପବିତ୍ର ମହା ସପ୍ତମୀ ସକାଳ ଦର୍ଶନ ରେ ଜଗତ ଜନନୀ ମା ଶାରଳା ଠାକୁରାଣୀ
ସଗଡ଼ା ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀଙ୍କ ଯୋଗଦାନ  
​ମନମୁଣ୍ଡା ଥାନା ଅନ୍ତର୍ଗତ ସଗଡ଼ା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବରେ ଯଶୋବନ୍ତ କଁହର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବତନ ଫାଣ୍ଡି ଅଧିକାରୀ ନୃସିଂହ ଚରଣ ମହାପାତ୍ରଙ୍କ ବୌଦ୍ଧକୁ ବଦଳି ହେବା ପରେ ଶ୍ରୀ କଁହର ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।  
​ଦାୟିତ୍ୱ ଗ୍ରହଣ କରିବା ପରେ, ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଓ ଗଞ୍ଜେଇ ଚୋରାଚାଲାଣ ରୋକିବା ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହିତ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି
<nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=sagada nis:value=Sagada nis:enabled=true nis:link/> <nis:link nis:type=tag nis:id=manamunda nis:value=Manamunda nis:enabled=true nis:link/> <nis:link nis:type=tag nis:id=boudhpolice nis:value=BoudhPolice nis:enabled=true nis:link/> <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=boudhtimes nis:value=BoudhTimes nis:enabled=true nis:link/>
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ 
 ବୌଦ୍ଧ ବ୍ଲକ୍ ରକ୍ସା ପଞ୍ଚାୟତ ଅନ୍ତର୍ଗତ ଦହ୍ୟା କ୍ଲଷ୍ଟର ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହେଶ୍ୱରପିଣ୍ଡା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଆୟୋଜିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ଦହ୍ୟା କ୍ଲଷ୍ଟର ର ସି ଆର୍ ସି ସି ଶ୍ରୀ କାହୁଁ ଚରଣ ସେଠୀ , ମୁଖ୍ୟ ଅତିଥି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଧରଣୀଧର ମେହେର, ସମ୍ମାନିତ ଅତିଥି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶଶିଭୂଷଣ ମହାକୁଡ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ରଙ୍ଗିତା ମହାପାତ୍ର ଙ୍କ ସହିତ କ୍ଲଷ୍ଟର୍ ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କେବଳ ପାଠପଢ଼ା ନୁହେଁ, ବରଂ ନାଚ, ଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ବକ୍ତୃତା, କୁଇଜ୍ ଓ ବିଜ୍ଞାନ ପ୍ରଦର୍ଶନୀ ଭଳି ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ମାଧ୍ୟମରେ ଶିଶୁର ସର୍ବାଙ୍ଗୀନ ବିକାଶ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ । ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ହେମକାନ୍ତ ମେହେର ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପ୍ରତିଯୋଗିତାରେ ବିଜୟୀ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସାର୍ଟିଫିକେଟ ପ୍ରଦାନ କରାଗଲା। ତତ୍ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲା ଏଥିରେ ପିଏମ୍ ଶ୍ରୀ ନୋଡାଲ ହାଇ ସ୍କୁଲ ଦହ୍ୟା ର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶେଷରେ ସହକାରୀ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଜାନୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଶାରଦୀୟ ଦୁର୍ଗାପୂଜା ୨୦୨୬: ଡିମିରିପାଲିରେ ମାଆଙ୍କ ଦର୍ଶନ ଓ ଶୁଭେଚ୍ଛା! 
​କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଡିମିରିପାଲି ଗ୍ରାମରେ ଆୟୋଜିତ ୫୯ତମ ଶାରଦୀୟ ଦୁର୍ଗାପୂଜା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଆଙ୍କର ଦର୍ଶନ ଓ ଆଶୀର୍ବାଦ ଗ୍ରହଣ କଲେ 
​ଏହି ଅବସରରେ କମିଟିର କର୍ମକର୍ତ୍ତା, ଗ୍ରାମବାସୀ ଏବଂ ଉପସ୍ଥିତ ସମସ୍ତ ଭକ୍ତବୃନ୍ଦଙ୍କ ସହିତ ସାକ୍ଷାତ ଆଲୋଚନା ହେବା ସହ ମାଆଙ୍କ ପୂଜାର୍ଚ୍ଚନା ଏବଂ ମହାସମାରୋହରେ ସାମିଲ ହେବାର ସୌଭାଗ୍ୟ ମିଳିଲା। ମାଆ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ— ଏତିକି କାମନା।
ବୌଦ୍ଧ ମଡେଲ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ: ଫଳାଫଳ ଘୋଷଣା କଲେ ଅଧ୍ୟକ୍ଷ
​ବୌଦ୍ଧ ମଡେଲ ଡିଗ୍ରୀ କଲେଜର ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆଧୁନିକ ପ୍ରକ୍ରିୟା ଏବଂ ଶାନ୍ତଚିତ୍ତ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଆଜି ସରକାରୀ ଭାବରେ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛନ୍ତି।
​ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି, କଲେଜର ଶୃଙ୍ଖଳା ଏବଂ ଶିକ୍ଷାର ବାତାବରଣକୁ ଅଧିକ ସୁଦୃଢ଼ କରିବା।
​ନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ କଲେଜ ପରିବାର ଏବଂ ସହରର ବୁଦ୍ଧିଜୀବୀଙ୍କ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା! 
​<nis:link nis:type=tag nis:id=boudhmodeldegreecollege nis:value=BoudhModelDegreeCollege nis:enabled=true nis:link/> <nis:link nis:type=tag nis:id=studentelection nis:value=StudentElection nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=collegeupdate nis:value=CollegeUpdate nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/>
କଣ୍ଟାମାଳ କଲେଜ ଏବିଭିପି (ABVP)ର ସମସ୍ତ ପ୍ରାର୍ଥୀ ବିଜୟୀ!
​କଣ୍ଟାମାଳ କଲେଜ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସମସ୍ତ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟଲାଭ କରିଛନ୍ତି। ଏହି ସଫଳତା ପରେ ନବନିର୍ବାଚିତ ପ୍ରତିନିଧିମାନେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି।
​ମାନ୍ୟବର ବିଧାୟକ ଶ୍ରୀ ଡାଙ୍ଗ ସମସ୍ତ ବିଜୟୀ ପ୍ରାର୍ଥୀମାନଙ୍କୁ ଉଷ୍ମ ସ୍ୱାଗତ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ଛାତ୍ରସମାଜର ସେବା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
​<nis:link nis:type=tag nis:id=kantamal nis:value=Kantamal nis:enabled=true nis:link/> <nis:link nis:type=tag nis:id=abvp nis:value=ABVP nis:enabled=true nis:link/> <nis:link nis:type=tag nis:id=studentunionelection nis:value=StudentUnionElection nis:enabled=true nis:link/> <nis:link nis:type=tag nis:id=kantamalcollege nis:value=KantamalCollege nis:enabled=true nis:link/> <nis:link nis:type=tag nis:id=kanhaicharandang nis:value=KanhaiCharanDang nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odishanewstoday nis:value=odishanewstoday nis:enabled=true nis:link/>