ବାରିପଦା ସଦର: ବାରିପଦାରେ ଚଳନ୍ତା ବାଇକ୍ରେ ନିଆଁ: ଅଳ୍ପକେ ବର୍ତ୍ତିଲେ ଚାଳକ
ବାରିପଦା ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଚଳନ୍ତା ଅବସ୍ଥାରେ ଏକ ପଲସର୍ ୨୦୦ ବାଇକ୍ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି। ଆଜି ସକାଳ ୫:୫୦ ମିନିଟ୍ରେ ଏହି ଅଘଟଣ ଘଟିଛି। ଚାଳକ ସୁରକ୍ଷିତ ଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।