ମୋରଡା: କାକବନ୍ଧ-ଅମର୍ଦା ରାସ୍ତାରେ ନୂଆ ସେତୁ: ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
କାକବନ୍ଧରୁ ଗାଁ ଅମର୍ଦା ରାସ୍ତାର କିଆଖାଳି ନାଳ ଉପରେ ହେବ ନୂଆ ଉଚ୍ଚ ସେତୁ। ସେତୁ ବନ୍ଧନ ଯୋଜନାରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର। ଏହି ସେତୁ ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳର ଯାତାୟାତ ସୁବିଧା ସହ ବନ୍ୟା ସମସ୍ୟାର ସମାଧାନ ହୋଇପାରିବ।